ଶ୍ରୀଧର ପାତ୍ର ସ୍କୁତି ସଂସଦ ପକ୍ଷରୁ ସ୍କୁତି ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ବିଷୟ _____ ଶ୍ରୀଧର ପାତ୍ର ସ୍କୁତି ସଂସଦ ପକ୍ଷରୁ ଦ୍ବିତୀୟ ବାର୍ଷିକ ସ୍କୁତି ସଭା ଓ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ମାତୃକୃପା ମହଲ ଗିରିବନ୍ଧ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି
ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସ୍କୁତି ସଂସଦର ମୁଖ୍ୟ ତଥା ଅବସରପ୍ରାପ୍ତ ଉଦ୍ୟାନ ଓ କୃଷି ଉପନିର୍ଦ୍ଦେଶକ ଧରଣୀଧର ପାତ୍ରଙ୍କ
ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାତୃସାଧକ ପ୍ରଭାତ କୁମାର ନାୟକ ଉଦଘାଟକ, ଇଞ୍ଜିନିୟର
ନିଳାଦ୍ରୀ ଭୁଷଣ ମହାପାତ୍ର, ମୁଖ୍ୟ ଅତିଥି, ପ୍ରାକ୍ତନ ଶିକ୍ଷା ଅନୁନିରୀକ୍ଷକ ନରହରି ପାତ୍ର ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଚକ୍ରଧର ଦାଶ,ଶ୍ରମିକ ନେତା ଧନେଶ୍ଵର ରାଉତ, ଅକ୍ଷୟ କୁମାର ପଣ୍ଡା, ଯୋଗଦେଇ ସ୍ବର୍ଗତ ପାତ୍ରଙ୍କ ସ୍କୂତିଚାରଣ
ସହିତ ଜନ୍ମମୃତ୍ୟୁର ରହସ୍ୟ ଏକ ଆଧ୍ୟାତ୍ମିକ ଆଲୋଚନା କରାଯାଇଥିଲା।
ଏହି ଅବସରରେ ହରେକୃଷ୍ଣ ପଣ୍ଡା, ଚକ୍ରଧର ଦାଶ, ସମାଜସେବୀ ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର, ପ୍ରମୋଦ ମଲ୍ଲିକ, ଶିକ୍ଷକ ସଞ୍ଜୟ କୁମାର ସାମଲ, ହରେକୃଷ୍ଣ ବାରିକ, ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନ, ରଶ୍ମିତା ସେନାପତି, ସ୍ବାତିସ୍ମିତା ଦାସ,ଯାମିନୀ ଦାଶ, ସୁଶାନ୍ତ କୁମାର ତରାଇଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଅନିତା ପ୍ରିୟଦର୍ଶିନୀ ରାଉତ,ଅଙ୍କିତା ସାମଲ, ଅଙ୍କିତା ସାହୁ,
ଶମିଷ୍ଠା ସାହୁ ପ୍ରମୁଖ କୃତ୍ତି ଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।
ସୁରତିପ୍ରଭା ଦାସ ଶ୍ରୀଅରବିନ୍ଦଙ୍କ ବାଣୀ ଗାନ କରିଥିବା ବେଳେ ଟ୍ରଷ୍ଠି ମୁଖ୍ୟ ଧରଣୀଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଆଳିରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





