ଲାଞ୍ଜିପଲ୍ଲୀ ମା ତାରାଦେବୀ ଙ୍କ ଯାତ୍ରାର ଇତିହାସ
ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଆରୋଧ୍ୟ ଦେବୀ ହେଉଛନ୍ତି ମା ତାରା ଦେବୀ. ମା ଙ୍କ ଯାତ୍ରା ପ୍ରତି ଦୁଇ ବର୍ଷକୁ ଥରେ ହୋଇଥାଏ. ପ୍ରଥମେ ମା ଙ୍କ ଶୁଭ ଖୁଣ୍ଟି ସ୍ଥାପନ କରାଯାଇ ଥାଏ. ପ୍ରବର୍ତ୍ତୀ ମୁହୂର୍ତ୍ତରେ ଏକ ବିରାଟ ପଟୁଆରରେ ମା ଙ୍କୁ ତାରା ଦେବୀ ମନ୍ଦିରରୁ
ବାପା ଘରକୁ ଅମନ୍ତ୍ରିତ କରି ଅଣା ଯାଇଥାଏ.
ବାପା ଘର ନିକଟରେ ମା ଅସ୍ଥାୟୀ ମଣ୍ଡପରେ
ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି.
ଏହି ଯାତ୍ରା ପଛରେ ଏକ ଇତିହାସ ରହିଅଛି.
ସରଡ଼ାର ନିର୍ବାସିତ ରାଜା ମା କାନ୍ଧୁଣୀ ଦେବୀ
ପ୍ରୀତିକୃତି କୁ ଲାଞ୍ଜିପଲ୍ଲୀ ଗ୍ରାମକୁ ଆଣି ମା ତାରାଦେବୀ ନାମରେ ଉତ୍ସଗ କରି ପୂଜା ଆରମ୍ଭ କରିଥିଲେ.1979 ମସିହା ଗ୍ରୀଷ୍ମ ଋତୁ
ରେ ସ୍ବର୍ଗତ ଜଗନାଥ ସିଂଦେଓ ଙ୍କ ସମେତ ସ୍ବର୍ଗତ ଦିବାକର ସାବତ,ସ୍ବର୍ଗତ ସୁରେନ୍ଦ୍ର ବ୍ରହ୍ମl
. ଭାସ୍କର ବ୍ରମl, କାଁହୁ ଚରଣ ଚୋୖଧାରୀ ଏକ ମଣ୍ଡପ ଉପରେ ବସି ଉର୍ନତି ମୂଳକ କାର୍ଯ୍ୟ ପାଇଁ ଆଲୋଚନା କରୁଥିବା ବେଳେ ରବି ନାମକ ଏକ ନାବାଳକ ସଭାସ୍ଥଳକୁ ଆସି ମା ମୋ ସହ ଅଛନ୍ତି ଓ ସ୍ବପ୍ନଦେଶ ଦେଇଛନ୍ତି ଯାତ୍ରାପାଇଁ ବୋଲି କହିଥିଲେ.ବାଳକଟି ର
ଏହି କଥାକୁ ହସ୍ୟପଦ କରି କହିଥିଲେ ମା
ଯଦି ତୋ ସହିତ ଅଛନ୍ତି ତାହେଲେ ବହୁ ବର୍ଷ
ଧରି ଏଠାରେ ବର୍ଷା ହୋଇନାହିଁ ମା ଙ୍କୁ ବର୍ଷା
ହେବା ପାଇଁ କୁହନ୍ତୁ.ବ୍ୟଜ୍ୟେଷ୍ଠ ବ୍ୟକ୍ତି ଙ୍କ କଥା
ଶୁଣି ବାଳକଟି ମା ଙ୍କୁ ସ୍ୱରଣ କରିଥିଲେ. ସଙ୍ଗେ ସାଙ୍ଗେ ଆକାଶରେ କଳା ମେଘରେ
ଢାଙ୍କି ହୋଇ ବର୍ଷା ହୋଇଥିଲା. ସଙ୍ଗେ ସଙ୍ଗେ
ଗ୍ରାମରେ ଆଲୋଚନା କରାଯାଇ
ଏକ କମିଟି ଗୋଠନ କରାଯାଇଥିଲା. ଏହି
କମିଟିର ସଭାପତି ଜଗନାଥ ସିଂଦେଓ ହୋଇଥାଏ ବେଳେ ସମ୍ପାଦକ ଭାବେ ଦିବାକର ସାବତଙ୍କୁ ମନୋନୀତ କରାଯାଇ ଥିଲା.ସେହି ଦିନ ଠାରୁ ପ୍ରତି ଦୁଇ ବର୍ଷରେ ଥରେ ଏହି ଯାତ୍ରା ହୋଇଥାଏ.କମିଟିର ସଭାପତି ଜଗନାଥ ସିଂଦେଓ 2006 ପର୍ଯ୍ୟନ୍ତ
ନିଜର କାର୍ଯ୍ୟଭାର ସମ୍ଭାଳି ଥିଲେ.
ମା ତାରାଦେବୀ ଙ୍କ ଇତିହାସ ଲୋକ ଲୋଚକୁ
ଆଣିବା ପାଇଁ ସ୍ବର୍ଗତ ଜଗନାଥ ସିଂଦେଓ ବାସଭବନ ଠାରେ ଏକ ସାମ୍ବାଦିକ ସମ୍ବିଳନୀ ର ହୋଇଯାଇଛି. ଏହି ସମ୍ବିଳନୀ ରାଜ ପରିବାରର ଡ଼କ୍ଟର ଦେବଦତ୍ତ ସିଂଦେଓ, ବିଭୁଦତ ସିଂଦେଓ,ସତ୍ୟବ୍ରତ ସିଂଦେଓ, ଶୁଭକାନ୍ତ ସିଂଦେଓ, ରୋହିତ ସିଂଦେଓ ଓ ରାକେଶ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

