ସର୍ଦ୍ଧାର ବଲ୍ଳଭ ଭାଇ ପଟେଲ ବହୁମୁଖୀ ସଙ୍ଘ
ପକ୍ଷରୁ ବୀର ସାବରକରଙ୍କ ଜୟନ୍ତୀ ପାଳନ.
ବ୍ରହ୍ମପୁର.ଆଜି ସର୍ଦ୍ଧାର ବଲ୍ଳଭ ଭାଇ ପଟେଲ ବହୁମୁଖୀ ସଙ୍ଘ ପିଡବ୍ଲୁ ବଙ୍ଗଳା ହୋଲରେ ବୀର ସାବରକରଙ୍କ ଜୟନ୍ତୀ ପାଳନ ହୋଇଯାଇଛି, ବୀର ସାବରକର କେମିତି ଜଣେ ରାଷ୍ଟ୍ରପ୍ରେମୀ, କଠର ହିନ୍ଦୁତ୍ୱ ବାଦୀ, ସ୍ୱାଧୀନତା ସଂଗ୍ରାମ ଆଗ ଧାଡ଼ିର ସଂଗ୍ରାମୀ ଥିଲେ, ଏହି ଭଳି ମହାନ ବ୍ୟକ୍ତିକୁ ସମସ୍ତେ ମନ ପକାଇଥିଲେ, ଦୁଇ ଦୁଇ ଥର କଳାପାଣି କଷ୍ଟ ସହିଲା ପରେ ବି ସ୍ୱାଧୀନ ଭାରତରେ ଜେଲରେ ତାଙ୍କ ମୁର୍ତ୍ୟୁ ହୋଇଥିଲା, ଶାରୀରିକ କଷ୍ଟ ଓ ମାନସିକ କଷ୍ଟ ପାଇଥିଲେ ବି ସେ କେବେ ଇଁରେଜି ମାନଙ୍କ ପାଖେ ମୁଣ୍ଡ ନୁହାଁଇ ନଥିଲେ, ତେଣୁ ତାଙ୍କୁ ସତନ୍ତ୍ର ବୀର ବିନାୟକ ଦାମୋଦର ସାବରକର ବୋଲି ଘୋଷଣା କରାଯାଇଥିଲା, ଓ ଆଜି ର ଦିନ ରେ ସଂସଦ ଭବନ ଉଦଘାଟନ ଓ ସଂସଦ ଭବନ ଭିତ ରେ ସବାରକର୍ ଫୋଟ ସ୍ଥାପନକରିଥିବା ରୁ ପ୍ରଧାନ ମନ୍ତ୍ରୀ ଙ୍କୁ ଧନ୍ୟବାଦ ପ୍ରଦାନ୍ କରାଯାଇଥିଲା ସଙ୍ଘର ସଭାପତି ରାମ ପାତ୍ରଙ୍କ ନେତୃତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ବକ୍ତା ଥିଲେ ପ୍ରହ୍ଲାଦ ପାଣିଗ୍ରାହୀ, ବିଜେପି ନେତା ଡ଼. ସୁବାଷ ସାହୁ, ଅନ୍ୟମାନଙ୍କ ମଧରେ କୃଷ୍ଟ ଚୌଧିରୀ, ରାଜକିଶୋରପାତ୍ର , ଉଦୟ ନାଥ ବେହେରା, ମହେଶ୍ୱର ବାର୍ତିୟ, ଗୋବିନ୍ଦ ସାହୁ,Dr ଅଭିଷେକ ବେହେରା, ଗୌରୀ ମହାନ୍ତି, ସନ୍ଦେଶ ଦାସ,ଉମା ମହେଶ୍ୱର ରାଓ, ସୁମିତ୍ ସ୍ବାଇଁ ଉପସ୍ଥିତ ଥିଲେ, କେ. ରବି ରାଓ ଧନ୍ୟ ବାଦ ଦେଇଥିଲେ ।





