ଝୂମ୍ପୁରା ବାଇପାସ୍ ସମ୍ମୁଖରେ ଦୁର୍ଘଟଣା
ଆଜି ଝୂମ୍ପୁରା ବାଇପାସ୍ ସମ୍ମୁଖରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଦୁର୍ଘଟଣା ଘଟିଥିବା ଜାଣି ସେଠାରେ ପହଞ୍ଚି ପଚରାଉଚରା କରି ଜାଣିବାକୁ ପାଇଲୁ କି, ତାଙ୍କୁ ଏକ ୧୪ଚକିଆ ହାଇୱା ଟ୍ରକ୍ ପିଟି ପଳାଇଯାଇଛି ଏବଂ ସେଠାରେହିଁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି। ସଙ୍ଗେସଙ୍ଗେ ଝୂମ୍ପୁରା ଥାନା ଅଧିକାରୀ ପହଞ୍ଚି ପୋଲିସ୍ ଭ୍ୟାନରେ ତାଙ୍କୁ ଝୂମ୍ପୁରା ଡାକ୍ତରଖାନାକୁ ନିଆଯାଇଥିଲେ, ହେଲ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଜାଣିବାକୁ ପାଇଲୁ କି ବୃଦ୍ଧ ବ୍ୟକ୍ତି ଜଣକ ନିଶ୍ଚିନ୍ତପୁର ନିବାସୀ ବୀର ମହାନ୍ତ। ଏହାପରେ ନିଶ୍ଚିନ୍ତପୁର ସରପଞ୍ଚ ଙ୍କୁ ଫୋନଯୋଗେ ସମସ୍ତ ଘଟଣା ଜଣାଇଥିଲେ ଏବଂ ସେ ମଧ୍ୟ ବ୍ୟକ୍ତିଙ୍କ ପରିବାର କୁ ଖବର ପହଞ୍ଚାଇଥିଲେ ଓ ନିଜେ ତାଙ୍କ ପରିବାର ଲୋକଙ୍କୁ ଡାକ୍ତରଖାନାକୁ ଆଣି ପହଞ୍ଚିଥିଲେ ଏବଂ ମୃତକଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା।
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





