(
ଆନନ୍ତପୁର ପଞ୍ଚାୟତ ତରଫରୁ ମାଟ୍ରିକ ପରୀକ୍ଷାରେ ଏ ଗ୍ରେଡ଼ ୱାନ ରେ କୃତକାର୍ଯ୍ୟ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ )
ଜଗତସିଂହପୁର
ତା =3/6/23
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ଆନନ୍ତପୁର ପଞ୍ଚାୟତ ତରଫରୁ 2023ମାଟ୍ରିକ ପରୀକ୍ଷାରେ ଏ ଗ୍ରେଡ଼ ୱାନ ରେ କୃତକାର୍ଯ୍ୟ ହାସଲ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଛାହିତ କରିବା ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଉଛବ ଅନୁଷ୍ଠିତ ହୋଇଯାଇଛି |ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଝାଟୁ ଚରଣ ଜେନା ଆନୁଷ୍ଠାନିକ ଭାବେ ଯୋଗଦେଇ ପ୍ରଦୀପ ପ୍ରଯ୍ୟଳନ କରି ସମ୍ବର୍ଦ୍ଧନା ଉଛବ କୁ ଉଦଘାଟନ କରିଥିଲେ | ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ମହାନ୍ତି | ସଂମ୍ମାନିତ ଅତିଥିଭାବେ ପୂର୍ବତନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସ୍ୱାଇଁ | ସରପଞ୍ଚ କବିତା ପୋଲାଈ | ସମିତି ସଭ୍ୟା ଜ୍ୟୋଚ୍ଛନା ରାଣୀ ପଣ୍ଡା | ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପୋଲାଈ ପ୍ରମୁଖ ଯୋଗଦେଇ ଆନନ୍ତପୁର ପଞ୍ଚାୟତ ରେ ମାଟ୍ରିକ ପରୀକ୍ଷାରେ ଏ ଗ୍ରେଡ଼ ୱାନ ନମ୍ବର ରଖି କୂତକାର୍ଯ୍ୟ ହାସଲ କରିଥିବା ନଅ ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥଲେ |ଏହି କାର୍ଯ୍ୟକ୍ରମ ରେ ଅଂଚଳର ବୁଦ୍ଧିଜୀବୀ ଜନସାଧାରଣ ବହୁ ସଂଖ୍ୟା ରେ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



