ଢେଙ୍କାନାଳ ଜିଲ୍ଲା ଶ୍ରମ ବିଭାଗ ତରଫରୁ ପରଜଙ୍ଗ ବ୍ଲକରେ ଚଢାଉ ବେଳେ ଇଟା ଭାଟିରୁ ଶିଶୁ ଓ କିଶୋର ଶ୍ରମିକ ଉଦ୍ଧାର
ତା. ୨୨.୦୬, ୨୦୨୩ / ଢେଙ୍କାନାଳ – ୧ ମାସ ବ୍ୟାପି ଶିଶୁ ଶ୍ରମିକ ନିରାକାରଣ ସଚେତନତା ଅଭିଯାନ ଜୁନ ମାସ ୦୧ ତାରିଖ ୨୦୨୩ ଠାରୁ ୩୦.୦୬.୨୦୨୩ ପର୍ଯ୍ୟନ୍ତ ଚାଲୁରହିଅଛି । ସେହି ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ରେ ଶ୍ରମ ବିଭାଗ ତରଫରୁ ବ୍ୟାପକ ଚଢାଉ ଜାରି ରହିଥିବା ବେଳେ ଆଜି ପରଜଙ୍ଗ ବ୍ଲକ ରେ ଏକ ଇଟା ଭାଟିରେ ଗାଡିରେ ଇଟା ରଖୁଥିବା ବେଳେ
୦୧ ଜଣ ଶିଶୁ ଓ ୦୨ ଜଣ କିଶୋର ଶ୍ରମିକ ଙ୍କୁ ଟାସ୍କ ଫୋର୍ସ ଦଳ ଉଦ୍ଧାର କରି ଆଇନ ମତ୍ତେ ଢେଙ୍କାନାଳ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ନିକଟରେ ପେସ କରାଯାଇଥିଲା ଓ ପରବର୍ତ୍ତୀ କାଳରେ ସେମାନଙ୍କୁ ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଧୀନରେ ଥିବା Open Shelter କୁ ପଠାଇ ଦିଆଯାଇଅଛି । ଏହି ଟାସ୍କ ଫୋର୍ସ ରେ ଜିଲ୍ଲା ଶ୍ରମ ବିଭାଗ, ପରଜଙ୍ଗ ଥାନା ପୋଲିସ ,ଶିଶୁ ସୁରକ୍ଷା ଅଧୁକାରି ଙ୍କ ପ୍ରତିନିଧୂ, ଏକଜୁଟ (NGO) ର ପ୍ରତିନିଧୂ ଓ ଡାକ୍ତର ଙ୍କ ଉପସ୍ଥିତିରେ ମିଳିତ ଚଢାଉ କରି ପରଜଙ୍ଗ ବ୍ଲକ ଅଞ୍ଚଳରେ ବିଭିନ୍ନ ଢାବା, ହୋଟେଲ ଓ ଅନ୍ୟାନ୍ୟ ଶିଳ୍ପ ଅନୁଷ୍ଠାନ ଗୁଡିକରେ ଚଢାଉ କରାଯାଇଥିଲା । ସେହି ଶିଶୁ ଓ କିଶୋର ଙ୍କୁ ନିୟୋଯିତ କରିଥିବା ନିଯୁକ୍ତିକର୍ତ୍ତା ତଥା ସଂସ୍ଥା ବିରୁଦ୍ଧରେ ଶିଶୁ ଓ କିଶୋର ଶ୍ରମିକ ଆଇନ ଅନୁସାର ମୋକଦ୍ଦମା ଦୟାର କରାଯିବ ସହିତ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଆଦେଶାନୁସାରେ ଟ. ୨୦,୦୦୦/- ଆଦାୟ କରିବା ନିମନ୍ତେ ପଦକ୍ଷେପ ନେଉଥିବାର ଜିଲ୍ଲା ଶ୍ରମ ଅଧିକାରୀ, ଢେଙ୍କାନାଳ ଶ୍ରୀ ସତ୍ୟ ନାରାୟଣ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଏଥ୍ ସହିତ ଆଗାମୀ ଦିନରେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିବ ବୋଲି ଶ୍ରମ ବିଭାଗ ତରଫରୁ କୁହାଯାଇଛି ।





