

(ଓଡ଼ିଶା ଆଉଟସୋର୍ଶିଂ କର୍ମଚାରୀ ମହାସଂଘ ପକ୍ଷରୁ ବିକ୍ଷୋଭ )
ଜଗତସିଂହପୁର
ତା =24/6/23
ଜଗତସିଂହପୁର ଜିଲ୍ଲା ଆଉଟ ସୋର୍ଶିଂ କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ସଂଘର କର୍ମକର୍ତ୍ତା ମାନେ ଶାନ୍ତି ପୂର୍ଣ୍ଣ ଭାବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୁଖ୍ୟ ଦାବି ମଧ୍ୟରୁ ସେମାନଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ କରିବା | ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା | ଆଉଟ୍ ସୋର୍ଶିଂ ପ୍ରଥା ଉଚ୍ଛେଦ କରିବା | ,ସାମାଜିକ ସୁରକ୍ଷା ପ୍ରଦାନ କରିବା ଆଦି ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆଉଟ୍ ସୋର୍ଶିଂ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ସହିତ ସୋଳ୍ପ ଦରମାରେ ଅଧିକ କାର୍ଯ୍ୟ କରୁଛନ୍ତି।ରାଜ୍ୟସରକାର ଠିକା କର୍ମଚାରୀ ମାନଙ୍କୁ ନିୟମିତ କରିଥିବା ବେଳେ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ସେବା ଯୋଗାଇ ଦେଇଥିବା କର୍ମଚାରୀ ମାନଙ୍କୁ ସରକାର ଅଣଦେଖା କରୁଛନ୍ତି।ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ୧୦ରୁ ୧୫ ବର୍ଷ ଧରି କାର୍ଯ୍ୟ କରୁଥିବା ଆଉଟ୍ ସୋର୍ଶିଂ କର୍ମଚାରୀ ଅବହେଳିତ ଅବସ୍ଥାରେ ଅଛନ୍ତି।ରାଜ୍ୟ ସରକାର ସେମାନଙ୍କୁ ନିୟମିତ କରିବାକୁ ଅନୁରୋଧ କରିଛନ୍ତି।ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜକୁ ୪ ବର୍ଷ ବିତି ଗଲାଣି ସରକାର ସେମାନଙ୍କ ଦୁଃଖ ଶୁଣୁନାହାନ୍ତି।।ଏହାର ପ୍ରତିବାଦରେ ଜିଲ୍ଲାର ଆଉଟ୍ ସୋର୍ଶିଂ କର୍ମଚାରୀ ମାନେ ଯୋଗ ଦେଇ ଶାନ୍ତିପୂର୍ଣ୍ଣ ଭାବରେ ଆସି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାର ଯଦି ସେମାନଙ୍କ ଦାବି ପୂରଣ ନକରନ୍ତି ଏହି କର୍ମଚାରୀ ମାନେ ନିଜର ଦାବି ହାସଲ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଜଗତସିଂହପୁରରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





