






ଅନୁଗୋଳ – ଆଜି ଓଡିଶା ଗସ୍ତରେ ଅଛନ୍ତି ଦିଲ୍ଲୀ ରୁ ଆସି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ (କେନ୍ଦ୍ରମନ୍ତ୍ରୀ )ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇଥିଲେ। ଅନୁଗୋଳ ଜିଲ୍ଲାର ତାଳଚେରରେ
ପହଞ୍ଚି କଣିହାଁ ଠାରେ ଓଡ଼ିଶାର ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପ୍ରଜାମଣ୍ଡଳ ଆନ୍ଦୋଳନରେ ତାଙ୍କର ନେତୃତ୍ୱ ଓ ପରାକାଷ୍ଠା ଯୁବ ସମାଜ ପାଇଁ ଚିର ଆଦର୍ଶ ହୋଇ ରହିବ ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହା ପରେ ଅନୁଗୋଳ ଜିଲ୍ଲାର ଖମାର ଠାରେ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇଥିଲେ।





