ବ୍ରହ୍ମପୁର ଠାରେ ଅସଂଗଠିତ ଭାରତୀୟ ମଜଦୁର ସଙ୍ଘର ବିଶାଳ ସମାବେଶ.
ବ୍ରହ୍ମପୁର ଠାରେ ଏଲ 20,ଡବ୍ଲୁ 20 ଓ ଜି 20
ଉପରେ ଆଧାରିତ ବିଷୟକୁ ନେଇ ବ୍ରହ୍ମପୁରର
ଗୋଶାଣୀ ନୂଆ ଗାଁ ଠାରେ ଗଞ୍ଜାମ ଜିଲ୍ଲା
ଅସଂଗଠିତ ଭାରତୀୟ ମଜଦୁର ସଙ୍ଘର
ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଏହି ବୈଠକରେ ଭାରତ ବର୍ଷରେ ଚାଲିଥିବା ଏଲ 20,ଭାରତ ମଜଦୁର ସଙ୍ଘର ନେତୃତ୍ୱ ରେ
ଚାଲିଥିବା କାର୍ଯ୍ୟକ୍ରମର ସୂଚନା ପ୍ରଦାନ
କରାଯିବା ସହ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ
କରୁଥିବା ଲକ୍ଷ୍ୟ ଲକ୍ଷ୍ୟ ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା, ଶ୍ରମ ଜୀବି ମହିଳା ମାନଙ୍କ
ବିଭିନ୍ନ ଦିଗରେ ଉର୍ନତି ଏବଂ ଶ୍ରମର ଭବିଷ୍ୟତ ସମ୍ପର୍କରେ ଆଲୋଚନା ହୋଇ ଥିଲା.ଉକ୍ତ ସମାବେଶରେ ମୁଖ୍ୟ ଅତିଥି ରୂପେ ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ସଭାପତି ପୃଥିରାଜ ପଣ୍ଡା,ମୁଖ୍ୟ ବକ୍ତା ରୂପେ କ୍ଷେତ୍ରିୟ ସଂଗଠନ ସମ୍ପାଦକ ଗିରିଶ ଚନ୍ଦ୍ର ମହନ୍ତ,
ଵିଏମଏସ ର ରାଜ୍ୟ ସମ୍ପାଦିକା ତଥା ଓଡିଶା ଅଙ୍ଗନବାଡି ଲେଡିସ ୱାର୍କସ ର ସଭାନେତ୍ରୀ
ସୁମିତ୍ରା ସଂମାନିତ ଅତିଥି ରୂପେ ଯୋଗ ଦେଇଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ
ଜିଲ୍ଲା ପ୍ରଭାରୀ ବିଜୟୀ କୁମାର ପାତ୍ର,ପ୍ରଭାରୀ
ଲିଙ୍ଗରାଜ ସାହୁ,ଗଞ୍ଜାମ ଜିଲ୍ଲାର ସାଙ୍ଗଠନିକ ମୁଖ୍ୟ ଭବାନୀ ଶଙ୍କର ଦାସ,ବରିଷ୍ଠ କର୍ମକର୍ତ୍ତା ରମେଶ ଚନ୍ଦ୍ର ଦାସ,ଠିକା ମଜଦୁର ଆମ୍ବୁଜ ଚରଣ ସାହୁ,ଗଞ୍ଜାମ ଜିଲ୍ଲା ମସ୍ୟ ଜୀବି ପ୍ରମୁଖ ଅର୍ଜୁନ କୁମାର ବେହେରା,ରାଜ୍ୟ ଅଙ୍ଗନବାଡ଼ି ସମ୍ପାଦିକା ଅମିତା ସାହୁ,କୃଷି ଗ୍ରାମୀଣ ମଜଦୁର ସଙ୍ଗର ପ୍ରମୁଖ ଚପଳା ନାୟକ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

