ଜାତୀୟ ୱସୁ ଚମ୍ପିୟାନସିପ ନିମନ୍ତେ ଅନୁଗୋଳରୁ 3ଜଣ ପ୍ରତିଯୋଗୀ ମନୋନୀତ
………………………………..ଅନୁଗୋଳ ତା 25/06/2023. ଅନୁଗୋଳ ଇଣ୍ଡୋର ଷ୍ଟାଡିଅମ ଠାରେ ଗତ9/05/2023 ଠାରୁ ତା 11/05/2023 ପର୍ଯ୍ୟନ୍ତ ଅନୁଷ୍ଠିତ ୱସୁ ଚମ୍ପିୟାନସିପରେ ଭାଗ ନେଇଥିବା ଜୁନିଅର /ସିନିଅର ବର୍ଗର 46ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଜୁନ 26ରୁ ଜୁଲାଇ 1ତାରିଖ ପର୍ଯନ୍ତ ମହାରାଷ୍ଟ୍ରର ପୁନେ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ୱସୁ ଚମ୍ପିୟାନସିପରେ ଭାଗ ନେବା ନିମନ୍ତେ ଅନୁଗୋଳର 3ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି. ସେମାନେ ହେଲେ ଶ୍ରୀ ଅରୁଣ କୁମାର ନାୟକ, ଶ୍ରୀ ସତମ ଦାସ ଓ ସୁଶ୍ରୀ ଶ୍ରାବଣୀ ବେହେରା. ଅନୁଗୋଳ ୱସୁ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀ ସୁଶାନ୍ତ ନାଏକ କୋଚ ଭାବରେ ପ୍ରତିଯୋଗୀ ମାନଙ୍କୁ ନେଇ ପୁନେ ଯିବାକୁ ନିଷ୍ପତ୍ତି ହୋଇଛି. ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରତିଯୋଗୀ ମାନଂକୁ ଭେଟି ଶୁଭେଚ୍ଛା ଜଣାଇବା ସହ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି. ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠଙ୍କ ସମେତ ୱସୁ ଅନୁଷ୍ଠାନର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।


April 17, 2026/
No Comments



