[ ଅନବିଜ୍ଞ ବ୍ୟକ୍ତି ଙ୍କ ଦ୍ଵାରା ଚାଲିଛି ଜଣା ଅଜଣା କାର୍ଯ୍ୟକ୍ରମ | ବିଦ୍ୟାର୍ଥୀ ଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ]
ଜଗତସିଂହପୁର
ତା =26/6/23
ଜଗତସିଂହପୁର ଜ଼ିଲ୍ଲା ର କଳା, ସଂସ୍କୃତି, ଐତିହ୍ୟ ସମ୍ପର୍ଣ୍ଣ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଚଳିତ ରଥଯାତ୍ରା ବହୁ ବାଦବିବାଦ ମଧ୍ୟ୍ୟ ଦେଇ ଗତି କରୁଥିବା ବେଳେ ସିଦ୍ଧଳ ହରିହାଟ ସ୍ଥିତ ମାଉସୀ ମା ମନ୍ଦିର ନାଟ୍ୟ ମଣ୍ଡପ ଠାରେ ପ୍ରତ୍ୟେକ ଦିନ ଅପରାହ୍ନ ରେ ଜଣା ଅଜଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମୁଦୁପୁର ପଞ୍ଚାୟତ ମଧ୍ୟ୍ୟ ରେ ଅବସ୍ତିତ ପାଞ୍ଚ ରୁ ଉର୍ଦ୍ଧ ବିଦ୍ୟାଳୟ ର ଶତାଧିକ ବିଦ୍ୟାର୍ଥୀ ମନେ ଏହି ଜଣା ଅଜଣା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ | ପ୍ରଶ୍ନଦାତା ଦ୍ୱୟ ନିର୍ଦିଷ୍ଟ ବିଦ୍ୟାଳୟ ର ଶିକ୍ଷକ ହୋଇଥିବାରୁ ସେହି ବିଦ୍ୟାଳୟ ର ବିଦ୍ୟାର୍ଥୀ ମାନଙ୍କୁ ଉତ୍ତର ସମ୍ପର୍କ ରେ ସୂଚନା ଦେବା ଏବଂ ବାରମ୍ବାର ପୁରସ୍କୃତ କରିବା ଘଟଣା କୁ ନେଇ ଅସନ୍ତୋଷ ଦେଖାଦେଇଥିଲା | ଅପରପକ୍ଷରେ ଏହି ଜଣା ଅଜଣା କାର୍ଯ୍ୟକ୍ରମ ରେ ଜଗନ୍ନାଥ ସଂସ୍କୃତି ସମ୍ପର୍କ ରେ ଜ୍ଞାନ ଗାରିମା ନଥିବା ବିଶିଷ୍ଟ ଆତିଥ୍ୟ ଗ୍ରହଣ କରିଥିବା ଅନଭିଜ୍ଞ ବିଚାରକ ମଣ୍ଡଳୀ କର୍ମକର୍ତା ଙ୍କ ମଧ୍ୟରେ ଜଣା ଅଜଣା କାର୍ଯ୍ୟକ୍ରମ ର ପ୍ରଶ୍ନର ସଠିକ ଉତ୍ତରକୁ ନେଇ ଭୁଲ ଭାଲ ବିତର୍କ କରିବା ଘଟଣା ରେ ବିଚାରକ ମଣ୍ଡଳୀ କୁ ବିଦ୍ୟାର୍ଥୀ ମାନେ ସମାଲୋଚନା କରିବା ଘଟଣା କୁ ନେଇ ଅସନ୍ତୋଷ ଦେଖାଦେଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





