( ତିନି ଜଣ ଭିନ୍ନକ୍ଷମ ଙ୍କୁ ଜଗତସିଂହପୁର ବ୍ଳକ ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ )
ଜଗତସିଂହପୁର
ତା =30/6/23
ଜଗତସିଂହପୁର ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ଙ୍କ ଦ୍ଵାରା ତିନି ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି।ସେମାନେ ହେଲେ ଜଗତସିଂହପୁର ବ୍ଲକ ସିଂହାରପୁର ପଞ୍ଚାୟତ ନବାପାଟଣା ଗ୍ରାମର ସାରୀରିକ ଭିନ୍ନକ୍ଷମ ଚନ୍ଦନ କିଶୋର ମାଟି
| ମଣ୍ଡାସାହି ପଞ୍ଚାୟତ ମଧୁସୂଦନପୁର ଗ୍ରାମର ଗଣେଶ ମଲ୍ଲିକ ଏବଂ ରଞିତା ମଲ୍ଲିକ ଏହି ତିନି ଜଣ ଜନ୍ମ ରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବାରୁ କୌଣସି ସ୍ଥାନକୁ ଯାତାୟତ କରିପାରୁନଥିଲେ | ପରିବାର ସଦସ୍ୟ ଙ୍କ ଉପରେ ବୋଝ ହେଉଥିଲେ |ଜ଼ିଲ୍ଲା ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ଆଶ୍ରିବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଏବଂ ଅନ୍ୟାନ୍ୟ ସଦସ୍ୟ ମନେ ଭିନକ୍ଷମ ମାନଙ୍କୁ ଚିହ୍ନଟ କରି ଟ୍ରାଇ ସାଇକେଲ ଯୋଗାଇ ଦେବାକୁ ଜ଼ିଲ୍ଲା ପ୍ରଶାସନ ନିକଟରେ ଅନେକ ବାର ଦାବି କରିଥିଲେ | ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ୍ କୁମାର ନାୟକଙ୍କ ନିର୍ଦ୍ଦେଶେ କ୍ରମେଜଗତସିଂହପୁର ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରୂପରେଖା ସାହୁ ଓ ମଧୁସୂଦନପୁର ଶାସନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଉପସ୍ଥିତି ରେ ଭିନ୍ନକ୍ଷମ ଚନ୍ଦନ ମାଟି | ଗଣେଶ ମଲ୍ଲିକ | ରଞିତା ମଲ୍ଲିକ ଆଦି ତିନି ଜଣଙ୍କୁ ମଧୁସୂଦନ ପୁର ଶାସନ ପଞ୍ଚାୟତ କାର୍ଯ୍ୟାଳୟରେ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





