

କଟକ ଯୋବ୍ରାରେ ଅଭାବନୀୟ ଘଟଣା ଫୁଲ ତୋଳିବା ସମୟରେ ପାଇଖିନା ଟାଙ୍କିରେ ପଡି ମହିଳା ମୃତ୍ୟୁ
ଆଜି ସକାଳ ସମୟରେ କଟକ ଯୋବ୍ରା ଅଂଚଳର ଘଟିଛି ଏକ ଅଭାବନୀୟ ଘଟଣା ଫୁଲ ତୋଳିବାକୁ ଯାଇ ପାଇଖାନା ଟାଙ୍କିରେ ପଡି ମହିଳାଙ୍କ ମୃତ୍ୟୁ ହୋଇଛି l ମହିଳା ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ଜୟଶ୍ରୀ ରାଉତ l ସୂଚନା ଅନୁଯାଇ ସକାଳୁ ଫୁଲ ତୋଳିଥିବା ବେଳେ ସେ ଠିଆ ହୋଇଥିବା ପାଇଖାନା ଟାଙ୍କି ଟି ହଠାତ୍ ଭାଙ୍ଗି ଯାଇଥିଲା ଯାହା ଫଳରେ ଉକ୍ତ ମହିଳା ଜଣକ ଟାଙ୍କି ଭିତରେ ପୋତି ହୋଇ ଯାଇଥିଲେ ଉକ୍ତ ଟାଙ୍କୀ ଉପରେ କିଛି ଗୋଡ଼ି ଗଦା ହୋଇଥିଲା ବେଳେ ଟାଙ୍କି ଟି ଦୁର୍ବଳ ହୋଇ ଟାଙ୍କିଟି ଭାଙ୍ଗି ଯାଇଥିଲା ଏବଂ ମହିଳାଙ୍କ ଉପରେ ଗୋଡ଼ି ଗଦା ହୋଇପଡ଼ିଥିଲା ଫଳରେ ଗୋଡ଼ି ଭିତରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା l ପରେପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ତାଙ୍କ ମୃତ ଦେହ ଉଦ୍ଧାର କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଏସିବିକୁ ନିଆଯାଇଥିଲା l





