


ଗଛକୁ ପିଟିଲା ବରଯାତ୍ରୀ ଯାଉଥିବା ପିକ୍ଅପ୍ ଭ୍ୟାନ ; ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ବରଯାତ୍ରୀ ନେଇ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଗଛକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନରେ ଥିବା ୩୦ ବରଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ବରଯାତ୍ରୀ। ଦୁଇ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ଏକ ମୁଣ୍ଡା ସମ୍ପ୍ରଦାୟର ବିବାହ ପାଇଁ ପାଟଣା ଥାନା ଡିଆନାଳି ଗ୍ରାମରୁ ୩୦ ବରଯାତ୍ରୀ ନେଇ ପିକ୍ଅପ୍ ଭ୍ୟାନ ଟି ପିପିଳିଆ ଗ୍ରାମକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ପିକ୍ଅପ୍ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଚଳାଇଛି
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ଓ ମମତା ନାଏକ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





