



(ପଲ୍ଲୀ କବି ନନ୍ଦ କିଶୋର ବଳ ଙ୍କ 95 ତମ ତିରୋଧାନ ଦିବସ ପାଳିତ )
ଜଗତସିଂହପୁର
ତା =1/7/23
ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ତରଡ଼ାପଡା ସ୍ଥିତ ଟାଇମ୍ସ ଗୁରୁକୁଳ ପରିସରରେ ପଲ୍ଲୀ କବି ନନ୍ଦ କିଶୋର ବଳ ଙ୍କ 95ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି | ସାରସ୍ୱତ ପରିଷଦ ସଭାପତି ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଟାଇମ୍ସ ଗୁରୁକୁଳ ଅଧକ୍ଷା ସୌଦାମିନୀ ସାହୁ | ମୁଖ୍ୟ ବକ୍ତା ଟାଇମ୍ସ ଗୁରୁକୁଳ ଚେୟାରମ୍ୟାନ ରଶ୍ମି ରଞ୍ଜନ ମିଶ୍ର |ସଂମ୍ମାନିତ ଅତିଥିଭାବେ ଶିକ୍ଷୟତ୍ରୀ ଚିନ୍ମୟୀ ରାୟ | ଲକ୍ଷ୍ମୀ ପ୍ରିୟା ସାହୁ | ଲକ୍ଷ୍ମୀ ପ୍ରିୟା ଗୋଛାୟତ ଶିକ୍ଷକ ପ୍ରତୀକ ଜେନା ପ୍ରମୁଖ ଯୋଗଦେଇ ନନ୍ଦ କିଶୋର ବଳ ପଲ୍ଲୀ ଜୀବନରେ ସାର୍ଥକ ରୂପକାର ଥିଲେ ତାଙ୍କ ରଚିତ କାବ୍ୟ ଗ୍ରନ୍ଥ, ପଲ୍ଲୀ ଚିତ୍ର, ନିର୍ଝରିଣୀ, ଚାରୁ ଚିତ୍ର, ଆଦି ବାଣୀ ଭଣ୍ଡାର କୁ ରୁଧିବନ୍ତ କରିଛି ବୋଲି ଉଦବୋଧନ ଦେଇଥିଲେ | ଶେଷରେ ସୁଶ୍ରୀ ଆଞ୍ଜୁଷା ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





