
( ଆମ ଗାଁ ସେବା ଅନୁଷ୍ଠାନ ପକ୍ଷରୁ ବରିଷ୍ଟ ନାଗରିକ ମାନଙ୍କ ପ୍ରସ୍ତୁତି ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ )
ଜଗତସିଂହପୁର
ତା=7/7/23
ବରିଷ୍ଟ ନାଗରିକ ମାନେ ଆମ ସମାଜ ରେ ସଦା ସର୍ବଦା ଅବହେଳିତ ଓ ନିଷ୍ପେସିତ |ସେମାନଙ୍କ ସେବା କରିବା ଆମ ସମସ୍ତଙ୍କର ନୈତିକ ଅଧିକାର | ଏହି ସେବା, ତ୍ୟାଗ,ସ୍ନେହ, ମମତା ଡୋରିରେ ସମସ୍ତ ଙ୍କୁ ବାନ୍ଧି ରଖିବାର ମନୋବୃତି ନେଇ ଆଗେଇ ଆସିଛନ୍ତି ମଣ୍ଡାସାହି ଟିଟିଗାଁ ଅଞ୍ଚଳ ର ଆମ ଗାଁ ସେବା ଅନୁଷ୍ଠାନର ସଭାନେତ୍ରୀ ତଥା ଉତ୍କଳ ଆଦିବାସୀ ଓ ହରିଜନ ସଂଗଠନ ର ସଭାପତି ମିନତୀ ମଲ୍ଲିକ | ପ୍ରଥମ କରି ବିରିଡି ବ୍ଲକ ବାଗଲପୁର ବାତ୍ୟା ଆଶ୍ରୟ ସ୍ଥଳି ସଭା ଗୃହ ରେ ଶତାଧିକ ବରିଷ୍ଠ ନାଗରିକ ମାନଙ୍କୁ ନେଇ ବନ୍ଧୁ
ମିଳନ ଏବଂ ପ୍ରସ୍ତୁତି ବୈଠକ ର
ଆୟୋଜନ କରାଯାଇଥିଲା | ଏହି ବୈଠକରେ ବାଗଲପୁର ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ମଲ୍ଲିକ ଙ୍କ ତତ୍ଵାବଧାନରେ ଶତାଧିକ ବରିଷ୍ଟ ନାଗରିକମାନଙ୍କୁ ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ବରିଷ୍ଟ ନାଗରିକ ମାନଙ୍କୁ ଏକତ୍ରିତ କରି ଜାତି, ବର୍ଣ ନିର୍ବିଶେଷରେ ସରକାରୀ, ବେସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରୟାସ କରାଯିବ ବୋଲି ବକ୍ତାମାନେ ଉଦବୋଧନ ଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





