( ପଳାଶୋଳ ସରପଞ୍ଚ ଙ୍କ ବିରୋଧ ରେ ଉପ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ )
ଜଗତସିଂହପୁର
ତା =7/7/23
ଜଗତସିଂହପୁର ବ୍ଲକ ପଳାଶୋଳ ପଞ୍ଚାୟତ ସରପଞ୍ଚଙ୍କ ଦ୍ଵାରା ବ୍ୟାପକ ଅନିୟମିତତା କାର୍ଯ୍ୟ ବିରୋଧରେ ପଞ୍ଚାୟତ ସମିତିସଭ୍ୟ, ନ୍ୟାୟବସରପଞ୍ଚ ଏବଂ ୱାର୍ଡ ସଭ୍ୟ ମାନେ ଜଗତସିଂହପୁର ଉପ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହିତ ଉପ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଦୀର୍ଘ ଦିନ ହେବ ସରପଞ୍ଚ ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କ ରେ କୌଣସି ସଦସ୍ୟ ଙ୍କ ସହିତ ଆଲୋଚନା କରୁନାହାନ୍ତି କି ବୈଠକ ଡାକୁନାହାନ୍ତି |କେତେକ ଅସାମାଜିକ ବ୍ୟକ୍ତି ଙ୍କ ସହାୟତାରେ ମନଇଚ୍ଛା ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି | ୱାର୍ଡ ସଭ୍ୟ ସଭ୍ୟା ମାନେ ପ୍ରତିବାଦ କଲେ ସରପଞ୍ଚ ମିଥ୍ୟା କେସ ରେ ଫସାଇ ଦେବେବୋଲି ଧମକ ଦେଉଛନ୍ତି | ପଞ୍ଚାୟତ ରେ ନରେଗା ଯୋଜନା ରେ ଶ୍ରମିକ ବଦଳରେ ଶୁଣ୍ଢ କାମ କରୁଛି | ଜନ ବସତିରେ ବିଦ୍ୟୁତ ଲାଇଟ ନାହିଁ | ଭୁତ ପ୍ରେତମାନଙ୍କ ପାଇଁ ଆଲୋକୀକରଣ ବ୍ୟବସ୍ତା ପ୍ରକୁତରେ କାହା ସ୍ୱାର୍ଥ ପାଇଁ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |ତେବେ ସରପଞ୍ଚ ଙ୍କ ମନୋମୁଖୀ କାର୍ଯ୍ୟ ଏବଂ ସଭ୍ୟ ସଭ୍ୟା ମାନଙ୍କୁ ଧମକ ପ୍ରତିବାଦରେ ପଞ୍ଚାୟତ ର ମୋଟ ସତର ଜଣ ୱାର୍ଡ ସଭ୍ୟ ଙ୍କ ମଧ୍ୟରୁ ତେର ଜଣ ୱାର୍ଡ ସଭ୍ୟ ଏବଂ ସମିତି ସଭ୍ୟ ପ୍ରତିବାଦ କରି ଉପ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଵା ସହିତ ସମସ୍ତ ପଞ୍ଚାୟତ ବୈଠକ ରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋଟ


April 19, 2026/
No Comments



