ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ସମବୟସ୍କ ଶିଷ୍ୟଣୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅୟୋଜିତ
ରିସ୍ତା ପ୍ରକଳ୍ପ ମାଧ୍ଯମରେ ବର୍ଷ 2022-23ରେ ପାଖାପାଖ୍ 750 କିଶୋର-କିଶୋରୀଙ୍କ ପାଖରେ ପହଞ୍ଚିପାରିଛି



ନରେନ୍ଦ୍ରପୁର, ଜୁଲାଇ 17, 2023: ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା (ରିଜନାଲ୍ ଇନିସିଏଟିଭ୍ ଫର୍ ସେଫ ସେକ୍ସୁଆଲ ହେଲୁ ବାଏ ଟୁଡେସ୍ ଆଡୋଲୋସେଣ୍ଟ) ପ୍ରକଳ୍ପ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଓଡାପଡା ବ୍ଳକର 15ଟି ଗ୍ରାମରେ ବସବାସ କରୁଥିବା କିଶୋର-କିଶୋରୀଙ୍କ ପାଇଁ କାଶିଆଡିହି ପଞ୍ଚାୟତ କାର୍ଯ୍ୟାଳୟଠାରେ ଜୁଲାଇ 12 ରୁ 14 ପର୍ଯ୍ୟନ୍ତ ଏକ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରିସ୍ତା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହୋଉଛି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢିଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ପ୍ରୋତ୍ସାହିତ କରିବା।
ବଳରାମ ପୁର, ସମିନାଇ, କାଶିଆଡିହି ଏବଂ ସଦାଶିବପୁର ପଞ୍ଚାୟତର, 15 ରୁ 19 ବର୍ଷ ବୟସ୍କ 30 ଜଣ କିଶୋର-କିଶୋରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ଅଧୂବେଶନ ପୂର୍ବରୁ ଯୁବ ଅଂଶଗ୍ରହଣକାରୀମାନଙ୍କ ଜ୍ଞାନକୁ ପରଖୁବା ପାଇଁ ଏକ ପରୀକ୍ଷା ଆୟୋଜିତ କରାଯାଇଥିଲା । ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କିଶୋର ଅବସ୍ଥାର ପର୍ଯ୍ୟାୟ, ଋତୁସ୍ରାବ ଚକ୍ର ଏବଂ ଋତୁସ୍ରାବ ସ୍ଵଚ୍ଛତା, ପ୍ରଜନନ ପ୍ରଣାଳୀ ଏବଂ ଏହାର କାର୍ଯ୍ୟ, ପୋଷଣ, ଏଚଆଇଭି / ଏକ୍ସ ଆରଟିଆଇ, ଏସଟିଆଇ ଏବଂ ବିବାହ ବୟସ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ କିଶୋର-କିଶୋରୀମାନଙ୍କୁ ନିଜର ମତ ରଖୁବା ପାଇଁ ଖୋଲା ମଞ୍ଚ ପ୍ରଦାନ କରାଯାଇଥିଲା ଏବଂ ଏବଂ ବିଭିନ୍ନ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କୁ ଅନେକ କଥା ଶିଖୁବା ପାଇଁ ସୁଯୋଗ ମିଳିଥିଲା। ଆଗାମି ଦିନମାନଙ୍କରେ, ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଯୁବ ଅଂଶଗ୍ରଣକାରୀମାନେ ଗ୍ରାମର ଅନ୍ୟ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷଣର ବିଷୟବସ୍ତୁ ସମ୍ପର୍କରେ ସଚେତନ କରାଇବେ । ଟାଟା ଷ୍ଟିଲ ଫାଉଣ୍ଡେସନ, ରିକ୍ତ ପ୍ରକଳ୍ପର ବ୍ଲକ ଅଧିକାରୀ କବିତା ଧଳଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ସୁବାସ ବେହେରା, ଝରଣା ବେହେରା ଏବଂ ପ୍ରିୟଦର୍ଶିନୀ ବେହେରା ସେଠାରେ ଉପସ୍ଥିତ ରହି ପରିଚାଳନା କାର୍ଯ୍ୟରେ ତାଙ୍କୁ ସହଯୋଗ କରିଥିଲେ। ଜାମସେଦପୁରରୁ ଆସିଥିବା ଦୁଇ ଜଣ ଅଭିଜ୍ଞ ପ୍ରଶିକ୍ଷକ ମନୋସ୍ମିତା ମହାପାତ୍ର ଏବଂ ଗୋରାଚାନ୍ଦ ମହାତୋ କିଶୋର-କିଶୋରୀମାନଙ୍କଠୁ ପ୍ରଶିକ୍ଷିତ କରିଥିଲେ I
ବର୍ଷ 2022-23ରେ ରିସ୍ତା ପ୍ରକଳ୍ପ ପାଖାପାଖୁ 750 ଜଣ ଯୁବକ-ଯୁବତୀଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଳକରେ ଥିବା ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସଏମ) କାରଖାନାର ଆଖପାଖ 150 ଟି ଗ୍ରାମରେ ଏହା ସଫଳତାର ସହ କାର୍ଯ୍ୟକାରୀ ହୋଇଛି। କର୍ପୋରେଟ ସାମାଜିକ ଦାୟିତ୍ବବୋଧ ଅଧୀନରେ ଟିଏସଏମର ସ୍ବାସ୍ଥ୍ୟ ପଦକ୍ଷେପର ଏକ ଅଂଶ ଭାବରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

