ପାଟଣା: ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର ବିଶିଷ୍ଟ ସମାଜ ସେବୀ ଭୂଷଣ ବାରିକଙ୍କ ୬୧ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ଜୁଲାଇ ୧୦ ତାରିଖ ଦିନ ଅସୁସ୍ଥ ଅନୁଭବ କରିବା ରୁ ତାଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଓ ପର ଦିନ କଟକ ବଡଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଶନିବାର ଦିନ ଚିକିତ୍ସାଧିନ ଅବସ୍ଥାରେ ହୃତଘାତ ହେବାରୁ ଦିନ ୨ ଘଟିକା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟ ଖବର ମିଳିବା ପରେ ପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ପିଲା ବେଳେ ଜଣେ ଭଲ ଫୁଟବଲ ଖେଳାଳି ଭାବେ ବେଶ ସୁନାମ ଅର୍ଜନ କରିଥିଲେ। ଏହା ବ୍ୟତୀତ ବିଭିନ୍ନ ସମାଜି ସଂଗଠନ ସହିତ ଜଡିତ ରହି ଲୋକଙ୍କ ନିକଟତର ହୋଇ ପାରିଥିଲେ
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ଓ ମମତା ନାଏକ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

July 3, 2026/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

