ବ୍ରହ୍ମପୁର ଏମକେସିଜି ସମୁଖରେ ସମାଜ ସେଵୀଙ୍କ ଅନଶନ.
ବ୍ରହ୍ମପୁର..ଏମକେସିଜି ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର.ଏଠାକୁ ଦକ୍ଷିଣ ଓଡିଶା
ସମେତ ରାଜ୍ୟ ବାହାରରୁ ରୋଗୀ ମାନେ ଏହି
ଏହି ହସ୍ପିଟାଲ ଉପରେ ସମ୍ପୂର୍ଣ ନିର୍ଭର. ଏମକେସିଜି ରେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଲାଗି ରହିଛି.ଯେପରି କି ଡାକ୍ତରଙ୍କ
ଅଭାବ ସହିତ ଚିକିତ୍ସାର ଅବହେଳା. ଏମକେସିଜି ର ମୁଖ୍ୟ ସମସ୍ୟା ହେଲା ବର୍ଣ କେୟାର ୟୁନିଟ ଅଭାବ. ଏହି ବିଭାଗର ଅଭାବ ଯୋଗୁ ରୋଗୀଙ୍କୁ କଟକ କିମ୍ବା ଭୁବନେଶ୍ୱର ଯିବାକୁ ପଡିଥାଏ.ଯାହା ଫଳରେ
ଗୁରୁତର ଥିବା ରୋଗୀ ମୃତୁ ବରଣ କରିଥାନ୍ତି.
ଏଥି ସହିତ ରହିଛି ୨୪×୭ ର ଅଲଟ୍ରା ସାଉଣ୍ଡ
ର ଅଭାବ. ଏହି ସବୁ ସମସ୍ୟାର ସମାଧାନ
ନିମନ୍ତେ ସମାଜ ସେଵୀ ବିନୋଦ ସାବତ ଓ
ତାଙ୍କ ସହଯୋଗୀ ଗତ ଗୁରୁବାର ଠାରୁ
ଏମକେସିଜି ସମ୍ମୁଖରେ ଅହରହ ଅନଶନ
ଜାରୀ ରଖିଛନ୍ତି. ଅନଶନ କୁ ୨୪ ଘଣ୍ଟାରୁ ଉର୍ଦ୍ଧ
ସମୟ ବିତି ଯାଇଥିଲେ ମଧ୍ୟ କୌଣସି
ପ୍ରଶାସନିକ ଅଧିକାରୀଙ୍କ ଦେଖା ନଥିଲା.




