କଟକରେ ଆଜିଠୁ ଆରମ୍ଭ ହେଲା ସର୍କସ।
ଦୀର୍ଘ ବର୍ଷ ପରେ କଟକରେ ଆଜିଠୁ ଆରମ୍ଭ ହେଲା ସର୍କସ। ବାଲିଯାତ୍ରା ପଡିଆରେ କଲିକତାର ରୋଲେକ୍ସ ସର୍କସ ଲୋକଙ୍କ ମନ ଜିଣିଛି। ସର୍କସରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍ ସୋ ମୁଖ୍ଯ ଆକର୍ଷଣ ହୋଇଛି। ଉଭୟ ପୁଅ ଓ ଝିଅଙ୍କ ଆକର୍ଷଣୀୟ ଷ୍ଟଣ୍ଟ୍ ସୋ ଦର୍ଶକଙ୍କୁ ବିମୋହିତ କରିଛି। ଝିଅ ସର୍କସ ଖେଳାଳୀ ରେଲିଂରେ ଉପରକୁ ଉଠି ଶରୀରର ବିଭିନ୍ନ ଭଙ୍ଗୀ ପ୍ରଦର୍ଶନ କରୁଥିବା ବେଳେ ପୁଅ ଖେଳାଳୀ ରେଲିଂରେ ଓହଳି ଘୁରୁଥିବା ଦେଖିବାକୁ ମିଳିଛି। ସେହିପରି ପୁଅ ସର୍କସ ଖେଳାଳୀ ଲମ୍ବା କଣ୍ଟା ଉପରେ ଦେହ ରଖିବା ସହ ଲମ୍ବା ଛୁରୀକୁ ପାଟିରେ ପୁରାଇ ଦର୍ଶକମାନଙ୍କୁ ଚକିତ କରିଥିଲେ। ସେହିପରି ଦେହରେ ରିଂଗ ଘୁରାଇବା ସହ ବିଭିନ୍ନ ପ୍ରକାର କୌତୁହଳପୂର୍ଣ୍ଣ ସର୍କସ ଦେଖିବାକୁ ମିଳିଛି। ବାଲିଯାତ୍ରା ପଡିଆରେ ଏହି ସର୍କସ 40 ଦିନ ପର୍ଯ୍ୟନ୍ତ ଚାଲିବ

।




