ଟି ଏଫ୍ ଆଇ ର ଅବଜରଭର ଭାବେ ପୁରସ୍କୃତ ହେଲେ କୃଷ୍ଣଚନ୍ଦ୍ର ଦାସ ( ସଭାପତି କଟକ ଡିଷ୍ଟ୍ରିକ୍ଟ ଆସୋସିଏସନ୍)







କଟକ : ୬ ତମ ଜାତୀୟ କ୍ୟାଡେଟ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ଓଡିଶାରୁ ୧୩ ଜଣିଆ ଦଳ ସହ ଟି ଏଫ୍ ଆଇ ର ଅବଜରଭର ଭାବେ ଲକ୍ଷ୍ନୌ ଯାଇଥିଲେ । କଟକ ଡିଷ୍ଟ୍ରିକ୍ଟ୍ ଆସୋସିଏସନ୍ ର ସଭାପତି କୃଷ୍ଣଚନ୍ଦ୍ର ଦାସ ଏବଂ ଅତି ଖୁସିର କଥା ସେ ବେଷ୍ଟ ଅବଜରଭର ଭାବେ ପୁରସ୍କୃତ ହୋଇ ଆମ ଓଡିଶା ତଥା କଟକ ପାଇଁ ଗର୍ବ ଆଣି ଥିବl ସୂଚନା ମିଳିଛି। ତେବେ ସେ ଏକାଧାରରେ ଓଡିଶା ଟାଇକୋଣ୍ଡୋ ଆସୋସିଏସନ୍ ର ସଭାପତି ମଧ୍ୟ ଅଛନ୍ତି। ଏଇ ଖୁସି ଖବର ପାଇଁ ଓଡ଼ିଶା ଟାଇକୋଣ୍ଡୋ ଆସୋସିଏସନ୍ ର ସମ୍ପାଦକ ତଥା ଟି ଏଫ୍ ଆଇର ଉପ ସଭାପତି ଶ୍ରୀ ସନ୍ତୋଷ କୁମାର ମହାନ୍ତି , ଚିଫ ଟେକ୍ନିକାଲ ଡାଇରେକ୍ଟର ଶ୍ରୀ ଜୟକୃଷ୍ଣ ପରିଡା ଏବଂ ଓଡିଶା ଟାଇକୋଣ୍ଡୋ ଆସୋସିଏସନ୍ ର ସମସ୍ତ ସଭ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।




