କେନ୍ଦୁଝର ଜିଲ୍ଲା ରାଜ୍ୟ ପ୍ରଦୂଷଣବୋର୍ଡ ଏବଂ ଜିଲ୍ଲା ପ୍ରଶାସନପକ୍ଷରୁ ଟାଟାଷ୍ଟିଲ କମ୍ପାନୀର ଜନଶୁଣାଣି ଅୟୋଜନ ।
କେନ୍ଦୁଝର ଜିଲ୍ଲା ଏକ ଖଣିଜବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ରେ ପରିପୂର୍ଣ୍ଣ ଖଣିମାନ ରହିଅଛି। ଖଣି କାର୍ଯ୍ୟ ଉତ୍ତୋଳନ ପୂର୍ବରୁ ପରିବେଶ ସମ୍ବର୍ଦ୍ଧିତ ଜନଶୁଣାଣି ପ୍ରଦୂଷଣ ବୋର୍ଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଅୟୋଜନ କରାଯାଇଥାଏ।ସେହିଭଳି ଏକ ଖଣି କମ୍ପାନୀ ଟାଟାଷ୍ଟିଲ କମ୍ପାନୀର ଜନଶୁଣାଣୀ ଶିବିର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା। କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଅନ୍ତର୍ଗତ , ପଳସା , ଗ୍ରାମରେ ଲୌହ ଓ ମାଙ୍ଗାନିଜ ଖଣିର ଉତ୍ପାଦନ ବୃଦ୍ଧି ନିମନ୍ତେ ଟାଟାଷ୍ଟିଲ କମ୍ପାନୀର ଜନଶୁଣାଣୀ ଶିବିର ଆୟୋଜନ ହୋଇଥିବା ବେଳେ ଟାଟାଷ୍ଟିଲ କମ୍ପାନୀ ର ଏହି ଜନଶୁଣାଣି କୁ ଅଞ୍ଚଳର ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଏହି ଜନଶୁଣାଣି କୁ ପୂର୍ଣ୍ଣମାତ୍ରାରେ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।






