ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ଗୋଲାମୁଣ୍ଡା ତା ୦୫/୦୭,କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ୪ଦଫା ଦାବିପତ୍ର ପ୍ରଦାନ।ଉକ୍ତ ଦାବି ଗୁଡ଼ିକ ହେଲା ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାତର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରାଯାଉ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ (ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ) ପ୍ରଦାନ କରାଯାଉ ।ନୂତନ ପେନ୍ସନ୍ ପ୍ରଥା ଉଛେଦ କରି ପୁରୁଣା ପେନ୍ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ । ଏକ୍ସ କ୍ୟାଡ଼ର ଶିକ୍ଷକ ମାନଙ୍କୁ କ୍ୟାଡ଼ର ଭୃକ୍ତ କରାଯାଉ। ଏହି କାର୍ଯ୍ୟକ୍ରମ ରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଶ୍ବଜିତ ନେଗୀ ,ଉପ ସଭାପତି ମୋହନ ଲାଲ ବିଷି, ସଂପାଦକ ତରଙ୍ଗ ଚଣ୍ଡି,ସହ ସଂପାଦକ ରାଜାରାମ ଶବର ଙ୍କ ସହିତ ଶତାଧିକ ପ୍ରାଥମିକ ଶିକ୍ଷକ ଉପସ୍ଥିତ ଥିଲେ ।





