ରକଲା ଗ୍ରାମରେ ହାତୀର ଆତଙ୍କ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଂଜପଡା ପଂଚାୟତ ରକଲା ଗ୍ରାମରେ ହାତୀର ଆତଙ୍କ କହିଲେ ନସରେ !ଆଜକୁ ପ୍ରାୟ ତିନିଦିନ ହବ ଗୋଟିଏ ଦନ୍ତା ହାତୀ ଆସି ଆତଙ୍କ ଖେଳାଉଛି !ଗ୍ରାମରେ ରହି ଗାଁ ଭିତରକୁ ପଶି ଗଛ ପତ୍ର ସବୁ ଖାଇ ଦେଉଛି !ସେଇ ହାତୀ ଭୟରେ ଗ୍ରାମବାସୀ ମାନେ କେହି ଦିନ ବେଳେ ବିଲକୁ ଚାଷ କରିବା ପାଇଁ ଯାଉ ନାହାନ୍ତି !କାରଣ ଦନ୍ତା ହାତିଟି ଗାଁ ପାଖରେ ଥିବା ଗୋଟିଏ ନଟି ବୁଦା ମୂଳେ ରହୁଛି !ରାତିହେଲେ ଗାଁ ଭିତରକୁ ପଶି ଯାଉଛି ସେଇ ଭୟରେ ରାତିରେ କେହି ସୋଇ ପାରୁନାହାନ୍ତି !ଢେଙ୍କାନାଳ ଜିଲାରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !






