( କ୍ରାନ୍ତି ଦିବସରେ ନୂତନ କ୍ରାନ୍ତିର ଶୁଭାରମ୍ଭ )
ଜଗତସିଂହପୁର ତା =9/8/23
କ୍ରାନ୍ତି ଦିବସ ଅବସରରେ ଐତିହାସିକ ଅଳକା ଆଶ୍ରମ ଓ ଜଗତସିଂହପୁର ବିକାଶ ମଞ୍ଚ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନିଶା ସେବନର କୁପରିଣାମ ବିଷୟରେ ସଚତନତା ସୃଷ୍ଟି କରିବାପାଇଁ ଆବାହକ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ୱରେ ନିଶାମୁକ୍ତ ଯୁବଶକ୍ତି ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପାରୁଲ ପଟ୍ଟୱରୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତରେ ନିଶା ସେବନ ନକରିବା ସହିତ ତାଙ୍କ ପରିବେଶକୁ ନିଶାମୁକ୍ତ ରଖିବା ପାଇଁ ଆଗାମୀ ଜୀବନରେ ପ୍ରତିବଦ୍ଧିତ ରହିବା ପାଇଁ ଶପଥ ପାଠ କରାଇଥିଲେ। ଏହି ଅବସରର ଜିଲ୍ଲାର ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ପରୀକ୍ଷିତ ମିଶ୍ର, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଅଶୋକ କୁମାର କର୍ଣ୍ଣ, ସମାଜସେବୀ ବିନାୟକ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଓ ଅଧ୍ୟକ୍ଷ ଗୌରାଙ୍ଗ ଚରଣ ହୋତା ଯୋଗଦେଇ ଜଗତିଂହପୁର ର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନିଶା ସେବନର ଭୟାବହତା ବିଷୟର ଆଲୋଚନା କରିଥିଲେ |
ଏହି କାର୍ଯ୍ୟକ୍ରମକୁ ବିଜୟ କୁମାର ରଥ, ନିରଞ୍ଜନ ବିଶ୍ୱାଳ, ଜ୍ୟୋତିରଂଜନ ପ୍ରଧାନ, ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ସୁଭାଷ ଚନ୍ଦ୍ର ରାଉତ, ଆଲୋକ ରଞ୍ଜନ ଦାସ, ସ୍ନେହମୟୀ ଆଚାର୍ଯ୍ୟ, ସଦସ୍ୟମାନେ ପରିଚାଳନା କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




