*( ଜଗତସିଂହପୁର ବ୍ଲକ ଏକ ନମ୍ବର ଜୋନରେ ବିଜୁ ଜନତାଦଳ ର ଯୁବ କର୍ମଶାଳା ଅନୁଷ୍ଠିତ*)
ଜଗତସିଂହପୁର
ତା =13/8/23
ଜଗତସିଂହପୁର ବ୍ଲକ୍ ଜ଼ିଲ୍ଲା ପରିଷଦ ଏକ ନମ୍ବର ଜୋନ ପାଟେଣୀଗାଁ ପଞ୍ଚାୟତ ଧୁଳେଶ୍ୱର ମହାଦେବଙ୍କ ପ୍ରାଙ୍ଗଣ ରେ ବିଜୁ ଜନତା ଦଳ ପକ୍ଷରୁ ଯୁବ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜଗତସିଂହପୁର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ | ସାମ୍ନାନୀତ ଅତିଥି ଭାବେ କଣ୍ଟିଲୋ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବାଙ୍କାନିଧି ରାଉତ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ ,ଅଳସୁଧା ସରପଞ୍ଚ ଭ୍ରମର ବର ସ୍ୱାଇଁ,ପ୍ରମୁଖ ଯୋଗଦେଇଥିଲେ |
ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ମାନେ ଆଜିର ଦୁନିଆରେ ଯୁବପିଢ଼ି ମାନଙ୍କର କର୍ତ୍ତବ୍ୟ ସମ୍ପର୍କ ରେ ପଙ୍ଖାନୁ ପଙ୍ଖ ଆଲୋଚନା କରିଥିଲେ |
ପ୍ରାରମ୍ଭ ରେ ଏକ ନମ୍ବର ଜୋନ ବିଜୁ ଜନତା ଦଳ କର୍ମୀ ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ଉରାଳୀ ଛକ ଠାରୁ ଏକ ବାଇକ ଶୋଭାଯାତ୍ରା ରେ ସଭାସ୍ଥଳ କୁ ପାଛୋଟି ଅଣାଯାଇଥିଲା l ଏହା ପରେ ବିଜୁ ଜନତା ଦଳ କର୍ମୀ ମାନଙ୍କୁ ନେଇ ବୃକ୍ଷ ରୋପଣ ଓ ବୃକ୍ଷ ବଣ୍ଟନ ଆଦି କାର୍ଯ୍ୟକ୍ରମ କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




