ଝିପିଝିପି ବର୍ଷାରେ ବଡ଼ବିଲ ସହରରେ ରେ ପାଳିତ ହେଲା ବିଶାଳ ତ୍ରିରଙ୍ଗା ଯାତ୍ରା
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ବଡବିଲ ସହର ରେ ଅମୃତ୍ ମହୋତ୍ସବ ର ଉଦଯାପନୀ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନ ସ୍ୱରୂପ ହର ଘର ତ୍ରିରଙ୍ଗା ଲଗେଇବା ଓ ସ୍ୱାଧୀନତା ଦିବସ କୁ ଭବ୍ୟ ରୂପରେ ପାଳନ କରିବା ଉଦ୍ଦେଶ୍ୟ ରେ ଆଜି ବଡ଼ବିଲ ବିଜେପି କାର୍ଯ୍ୟାଳୟ ରୁ ବାହାରିଥିଲା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା l ଏହି ଯାତ୍ରା ରେ ଉପସ୍ଥିତ ଦେଶପ୍ରେମୀ ମାନେ ଦେଶଭକ୍ତି ଗୀତର ତାଳେ ତାଳେ ହାତରେ ଜାତୀୟ ପତାକା ଧରି ସହର ପରିକ୍ରମା କରିବା ବେଳେ ଭାରତ ମାତା କି ଜୟ ଓ ଜୟକାର କରିବା ସହ ଓ ବନ୍ଦେ ମାତରମ ସ୍ଲୋଗାନ ଦେଇଥିଲେ ଯାହାର ର ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠୁଥିଲା l ଝିପିଝିପି ବର୍ଷା ହେଉଥିବା ବେଳେ ଏହାକୁକୁ ଖାତିର ନ କରି ବିଶାଳ ଜନ ସମୂହ ତ୍ରିରଙ୍ଗା ଯାତ୍ରାରେ ଯେପରି ସାମିଲ ହୋଇଥିଲେ ତାହା ଲୋକଙ୍କ ମଧ୍ୟରେ ଥିବା ଦେଶ ପ୍ରେମକୁ ଖୁବ୍ ବାରି ହୁଏ l ମେନରୋଡ଼ରେ ଥିବା ବିଜେପି କାର୍ଯ୍ୟାଳୟ ରୁ ଶୋଭାଯାତ୍ରା ବାହାରି ମଧୁସୂଦନ ଛକ, ବଡବିଲ ପୁରୁଣା ବସଷ୍ଟାଣ୍ଡ ଛକ ରୁ ବାଟା ଛକ ଗୁରୁଦ୍ୱାରା ଛକ ଦେଇ ବିକାଶମହଲ ଓ ଅଟଳ ଛକ ରୁ ପୁଣି ବିଜେପି କାର୍ଯ୍ୟାଳୟ ରେ ପହଞ୍ଚି ଏହି ତ୍ରିରଙ୍ଗାଯାତ୍ରା ର ସମାପନ ହୋଇଥିବା ଦେଖିବାକୁ ମିଳିଥିଲା
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ l




