ଭାରତୀୟ ଜନତା ପାର୍ଟି ଦଳର ଯୁବକ ମୃର୍ଚ୍ଚା ତରଫରୁ ହର ଘର ତ୍ରିରଙ୍ଗା ଜାତୀୟ ପତାକା ର ବିଶାଳ ବାଇକ୍ ରାଲି ଅନୁଷ୍ଠିତ।
–ଆସନ୍ତାକାଲି ସାରାଦେଶରେ ପାଳିତ ହେବ 76ତମ ସ୍ବାଧିନତା ଦିବସ। ଏହି ଉପଲକ୍ଷେ ଆଜି ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହର ଘର ତ୍ରିରଙ୍ଗା ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଦାନଗଦି ଠାରୁ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରାରେ ବାହାରି କଳିଙ୍ଗନଗର ଶିଳ୍ପାଞ୍ଚଳ ପରିକ୍ରମା କରି ସୁକିନ୍ଦା ଠାରେ ପହଞ୍ଚି ଥିଲେ। ଶେଷରେ ଏହି ଶୋଭାଯାତ୍ରା ଡୁବୁରୀ ଠାରେ ପହଞ୍ଚିଥିଲା। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ବଜିତ ରାଜଙ୍କ ନେତୃତ୍ବରେ ଆୟୋଜିତ ଏହି ଶୋଭାଯାତ୍ରାରେ ବିଜେପି ଯୁବମୋର୍ଚ୍ଚାର ନବନିଯୁକ୍ତ ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ। ଏହି ଅବସରରେ ନବନିଯୁକ୍ତ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବମୋର୍ଚ୍ଚା କର୍ମୀମାନେ ହାତରେ ତ୍ରିରଙ୍ଗା ପତାକା ଧରି ରାଷ୍ଟୀୟ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇବାକୁ ନିବେଦନ କରିଥିଲେ। ଏଥିରେ ବହୁ ବିଜେପି କର୍ମୀ ଓ ନେତା ମଧ୍ଯ ଯୋଗଦେଇଥିଲେ। ଏଥିରେ ସୁକିନ୍ଦା ର ବିଜେପି ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦିପି ବଳ ସାମନ୍ତ ଏହି ବିଶାଳ ବାଇକ୍ ରାଲି ଯୋଗଦେଇ କହିଲେ ଯେ ଏହି ତ୍ରିରଙ୍ଗା ପତାକା ଅଭିଜାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆଭାନ କ୍ରମୀ ଆଜି ହର ଘର ତ୍ରିରଙ୍ଗା ପତାକା ଅଭିଜାନ ପ୍ରେତେକ ଘରେ ଘରେ ଲାଡିବ ଏହି ଅଭାଜନ ଅନୁଷ୍ଠିତ ହୋଇଛି। ଏବଂ ସୁକିନ୍ଦା ରେ ଘଡେ଼ଇ ପିତା ପୁତ୍ର ଦୀର୍ଘ 35 ବର୍ଷ ଶାସନ କଲେ ତେଣୁ ଘୋର ଦୃନିତୀ ଭ୍ରଷ୍ଟାଚାର କରିଛନ୍ତି ଏବେ ସୁକିନ୍ଦା ଲୋକ ପରିବର୍ତ୍ତନ ଚାହୁଁଛନ୍ତି ସୁକିନ୍ଦାରେ ବିଜେଡି ବିଧାୟକ ଡକ୍ଟର ପ୍ରଦିପି ବଳ ସାମନ୍ତ 2024 ନିର୍ବାଚନ ରେ ବହୁ ମାତ୍ରା ରେ ବିଜ ଲାଭ କରି ସୁକିନ୍ଦାରେ ପଦ୍ମ ଫୁଟିବ ଓ ଶାରା ଓଡ଼ିଶାରେ ପଦ୍ମ ଫୁଟିବ ବିଜେଡି ସରକାର ଗଢିବ ବୋଲି ସୁକିନ୍ଦା ବିଜେପି ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦିପି ବଳ ସାମନ୍ତ କହିଥିଲେ।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ




