ସ୍ୱାଧୀନତା ଦିବସରେ ଯୋଗର ବାର୍ତ୍ତା ଦେଲେ ଆଇୱାର ପ୍ରତିଯୋଗୀ
ଯୋଗକୁ ଢେଙ୍କାନାଳ ତଥା ସମଗ୍ର ଓଡ଼ିଶାରେ ଲୋକପ୍ରିୟ କରିବାର ସଂକଳ୍ପ ନେଇ ଆରୋଗ୍ୟମ ଯୋଗ ଏବଂ ୱେଲ୍-ଫେୟାର ଆସୋସିଏସନ୍ (ଆଇୱା), ଢେଙ୍କାନାଳର କର୍ମକର୍ତ୍ତା ମାନେ ସଦାସର୍ବଦା କର୍ତ୍ତବ୍ୟରତ। ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାର ମେନ୍ ଷ୍ଟାଡିୟମ୍ ଠାରେ ୭୭ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଆଇୱାର ଯୋଗପ୍ରଶିକ୍ଷିକା ମନସ୍ଵିନୀ ମିଶ୍ର ଏବଂ ତାଙ୍କ ଦ୍ଵାରା ପ୍ରଶିକ୍ଷିତ ଆଦୃତା ଶିଶୁସଦନର ଅନ୍ତେବାସୀଙ୍କ ଦ୍ଵାରା ଏକ ଉତ୍କୃଷ୍ଟ ଧରଣର ଯୋଗପ୍ରଦର୍ଶନ କରାଯାଇଥିଲା। ଯୋଗର ବାର୍ତ୍ତା ଢେଙ୍କାନାଳ ଅଞ୍ଚଳବାସୀଙ୍କ ନିକଟରେ ପହଞ୍ଚାଇବା ଏହି ପ୍ରଦର୍ଶନର ମୁଖ୍ୟ ଉଦ୍ଦେଶ୍ୟଥିଲା । କାର୍ଯ୍ୟକ୍ରମର ଶେଷପର୍ଯ୍ୟାୟରେ ଆଇୱାର ପ୍ରତିଯୋଗୀମାନେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, (ମହିଳା ଓ ଶିଶୁବିକାଶ ଏବଂ ମିଶନଶକ୍ତି) ଏବଂ ଜିଲ୍ଲପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ପ୍ରତିଯୋଗୀ ମାନଙ୍କୁ ଉତ୍ସାହ ଦେବା ପାଇଁ ଆଇୱାର ସମସ୍ତ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଦ୍ଵାରା ପ୍ରତ୍ୟେକ ଦିନ ଢେଙ୍କାନାଳ ଜିଲ୍ଲା ନୂଆପୋଖରୀ ସ୍ଥିତ ଚାମ୍ବର ଅଫ୍ କମର୍ସର କାର୍ଯ୍ୟାଳୟ ଠାରେ ଯୋଗାଭ୍ୟାସ ଏବଂ, ଯୋଗପ୍ରଶିକ୍ଷଣ ଚାଲୁରହିଛି ।

September 23, 2026/
No Comments



