ବାବା ଆଖଣ୍ଡଳମଣୀ ଅଟୋ ଆସୋସିଏସନ୍ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ
ଢେଙ୍କାନାଳ ୧୫/୮: ଢେଙ୍କାନାଳ ବସଷ୍ଟାଣ୍ଡ ରେ ଥିବା ବାବା ଆଖଣ୍ଡଳମଣୀ ଅଟୋ ଆସୋସିଏସନ୍ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆଡଭାଇଜର ପତିତପାବନ ମିଶ୍ର ପତାକା ଉୋତ୍ତଳନ କରିଥିଲେ। ପତକା ଉତ୍ତୋଳନ କରିବା ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ନାରା ବାଜି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ସଭାପତି ରମେଶ ମହାନ୍ତି, ସମ୍ପାଦକ ଗୈାତମ ଉଦ୍ୟମ ସିଂ, ସହ ସମ୍ପାଦକ ସୁଶାନ୍ତ ଦାସ ଓ ଅଟୋ ଆସୋସିଏସନ୍ ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ଏହି ୭୭ ତମ ସ୍ବାଧିନତା ଦିବସ ପାଳନ କରାଯାଇଥିଲା




