ନ୍ୟୁ ଇଣ୍ଡିଆ ଅନୁଷ୍ଠାନ ଦ୍ବାରା ‘ମେରା ମିଟି ମେରା ଦେଶ’ ଅଭିଯାନ ଗଁଦିଆ
ଢେଙ୍କାନାଳ ୧୭/୮: ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍ଗିରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଵାଧୀନତା ଦିବସ ଦିନ ଜାତୀୟ ପତାକା ଉତୋଳନ ସହ ବୃକ୍ଷରୋପଣ କରାଯାଇ ‘ମେରା ମାଟି ମେର ଦେଶ’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ନ୍ୟୁ ଇଣ୍ଡିଆ ଏବଂ ନେହେରୁ ଯୁବକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖଙ୍କିରା ଗ୍ରା.ପ. ସରପଂଚ ରଞ୍ଜୁଲତା ଦାସ, ସମ୍ମାନିତ ଅତିଥ୍ ଭାବରେ ପୂର୍ବତନ ସରଫଚ ଅଜୟ କୁମାର ଧୂର, ସମାଜସେବୀ ଅଶୋକ କୁମାର ପତି, ହେମନ୍ତ କୁମାର ବ୍ରହ୍ମ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ଡ. କୃଷ୍ଣଚନ୍ଦ୍ର ରାଏ, ଫାର୍ମାସିଷ୍ଟ ଦେବାଶିଷ ଦାସ ସମେତ ସମସ୍ତ କର୍ମଚାରୀ, ମହିଳା ଗୋଷ୍ଠୀର ସଭ୍ୟ/ସଭ୍ୟା ଯୋଗଦେଇ ନିମ୍ବ, ବେଲ, ତେଜପତ୍ର, ପଣଷ, ହରିଡା, ବାହାଡା, ଅଁଳା ଆଦି ଔଷଧୀୟ ଚାରା ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ନ୍ୟୁ-ଇଣ୍ଡିଆ ଅନୁଷ୍ଠାନର ସମ୍ପାଦକ ଶେଷଦେବ ରାଉତ ପରିଚାଳନା କରିଥିଲେ ।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
