ଟମାଟୋ ଚାଷୀ ରୂପେ ସଫଳତା ପରେ ସଫଳ ବାଇଗଣ ଚାଷୀ ସାମ୍ବାଦିକ ବିଜୟ କୁମାର ସ୍ବାଇଁ
ଅନୁଗୋଳ – ଅନୁଗୋଳ ଜିଲ୍ଲାର ବନ୍ତଳା ଅଞ୍ଚଳର ଜଣାଶୁଣା ଓ ପରିଚିତ ସାମ୍ବାଦିକ ଶ୍ରୀ ବିଜୟ କୁମାର ସ୍ବାଇଁ ପୁଣି ଥରେ ଚର୍ଚ୍ଚାରେ। କିଛି ଦିନ ତଳେ ଟମାଟୋ ଦର ଆକାଶ ଛୁଆଁ ଥିବା ବେଳେ ଅନୁଗୋଳ ଓ ଓଡ଼ିଶା ମାଟିରେ ସୁନ୍ଦର ନିଜ ଫାର୍ମ ହାଉସରେ ଟମାଟୋ ଫଳାଇ ଖୁବ୍ ପ୍ରଶଂସିତ ହୋଇଥିଲେ। ଆଜି ପୁଣି ଥରେ ସୁନାର ଫସଲ ଫଳାଇ ବେଶ୍ ଚର୍ଚ୍ଚାରେ। ନିଜର ପରିଶ୍ରମ ବଳରେ ବାଇଗଣ ଚାଷ କରି ଲକ୍ଷ ଲକ୍ଷ ଟଙ୍କାର ବାଇଗଣରେ ରୋଜଗାର ହେବାର ଆଶା କରାଯାଉଛି। ଶ୍ରୀ ସ୍ୱାଇଁଙ୍କ ଘର ଅନୁଗୋଳ ଜିଲ୍ଲା ଜରସିଂହା ଗ୍ରାମ ହୋଇଥିବା ବେଳେ ବନ୍ତଳା ଅଞ୍ଚଳରେ ଦୀର୍ଘ ଦିନ ଧରି ରହି ଆସୁଛନ୍ତି। ପେଶାରେ ସାମ୍ବାଦିକ ହୋଇ ଏହି ଅଞ୍ଚଳକୁ ନିଜର କର୍ମକ୍ଷେତ୍ର ରୂପେ ଗ୍ରହଣ କରିଥିଲେ। ବନ୍ତଳା କରତପଟା ଗ୍ରାମ ନିକଟସ୍ଥ ହିଂସାଲୋଇ ଗ୍ରାମରେ ଶ୍ରୀ ସ୍ବାଇଁ ସାଢେ ଚାରି ଏକର ଜଗାରେ କରିଛନ୍ତି ନିଜର ଏକ ଫାର୍ମ ହାଉସ। ସେଥିରେ ଆଧୁନିକ ପ୍ରଣାଳୀରେ ଓ ରାଜ୍ୟ ବାହାରୁ ଉନ୍ନତ କିସମର ଚାରା ଓ ମଞ୍ଜି ସଂଗ୍ରହ କରି ବିଭିନ୍ନ ପ୍ରଜାତିର ବାଇଗଣ, ଟମାଟୋ ପୋଟଳ, ଲଙ୍କା ସାଙ୍ଗକୁ ଆମ୍ବ ଓ ଜହ୍ନି ପ୍ରଭୃତି ଚାଷ କରିଛନ୍ତି। ଉନ୍ନତ ପ୍ରଣାଳୀରେ ଚାଷ କରିବା ସହ ଆଧୁନିକ ପ୍ରଣାଳୀରେ ଜଳ ସିଞ୍ଚନ ପାଇଁ ଲକ୍ଷାଧିକ ଟଙ୍କାର ମେସିନ୍ ବ୍ୟବହାର କରିଛନ୍ତି। ଏଥି ସହିତ ନିଜ ଜମିରେ ବୋର୍ ୱେଲ ବ୍ୟବସ୍ଥା କରି ରଖିଛନ୍ତି।
ହଁ ଦର୍ଶକ ବନ୍ଧୁ ଶ୍ରୀ ବିଜୟ କୁମାର ସ୍ବାଇଁ ସାମ୍ବାଦିକତା କରୁଥିବା ସମୟରେ ଏହି ଗ୍ରାମରେ ଖବର ସଂଗ୍ରହ ପାଇଁ ଆସି ନିଜ ଖର୍ଚ୍ଚରେ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା କରିଥିଲେ। କାରଣ ଏହି ଗ୍ରାମରେ ଶିକ୍ଷା ବ୍ୟବସ୍ଥା ଅପହଞ୍ଚ ଥିଲା। ଏଠାରେ ସେ ସମାଜସେବୀ ହିସାବରେ ଉନ୍ନତି କରିବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି। ଶିକ୍ଷାର ମହତ୍ତ୍ଵ ବୁଝିବା ପରେ ଏବେ ସମସ୍ତେ ପାଠ ପଢ଼ିବାକୁ ଯାଉଥିବା ଦେଖିବାକୁ ମିଳିଛି।
ତେବେ ଆଜି ଜଣେ ସଫଳ ଚାଷୀ ହିସାବରେ ଖୁବ୍ ପରିଚିତ ହେଲେଣି ବିଜୟ ବାବୁ।




