ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଲୋକେ ହେଉଛନ୍ତି ହନ୍ତସନ୍ତ
କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତର ଅଭାବ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଡାକ୍ତରଖାନାରେ ଡାକ୍ତର ଅଭାବ ପାଇଁ ପାଟଣା ଅଞ୍ଚଳ ବାସୀ ଅନେକ ଥର ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ବିଭିନ୍ନ ସମୟରେ ଡାକ୍ତର ଅଭାବ ପାଇଁ ଡାକ୍ତରଖାନାରେ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥାଏ ଏଠାରେ ସୂଚନା ଥାଉ କି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସରକାରୀ ଭାବେ ୭ ଟି ଡାକ୍ତର ପଦ ମଞ୍ଜୁରୀ ରହିଛି ସେଥିମଧ୍ୟରୁ ୪ ଜଣ ବିଶେଷଜ୍ଞ ଡାକ୍ତର ୧ ଜଣ ଏମ ବି ବି ଏସ ଡାକ୍ତର ୧ ଜଣ ସୁପରିଟେଣ୍ଡେଟ ଓ ୧ ଜଣ ବ୍ଲକ ପବ୍ଲିକ ସ୍ବାସ୍ଥ୍ୟ
ଅଧିକାରୀ କାର୍ଯ୍ୟ ରତ ରହିବା କଥା କିନ୍ତୁ ଦୁଃଖର ବିଷୟ ଯେ
ସ୍ବାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ୧ ଜଣ ଗାଇନିକ ଓ ୧ ଜଣ ଏମ ବିବି ଏସ ଡାକ୍ତର ଜଣେ ଅଛନ୍ତି ଓ ରାତି କିପରି କାର୍ଯ୍ୟ କରୁଥିବେ ଓ ରୋଗୀଙ୍କ ଚିକିତ୍ସା କିପରି ହେଉଥିବ ଏଥିରୁ ବେଶ ଅନୁମାନ କରାଯାଇପାରେ ପାଟଣା ଚିକିତ୍ସା କେନ୍ଦ୍ର ଉପରେ ଏକ ଲକ୍ଷ୍ୟ ରୁ ଅଧିକ ଜନସଂଖ୍ୟା ଥିବା ଅଞ୍ଚଳ ର ଲୋକେ ଚିକିତ୍ସା ନିମନ୍ତେ ଭରସା ରଖିଥିବା ବେଳେ ଦୁଇଜଣ ଡାକ୍ତର କିପରି ଚିକିତ୍ସା ଯୋଗାଇବେ ବୋଲି ସାଧାରଣରେ ଲୋକେ ଅଭିଯୋଗ କରିଛନ୍ତି ପ୍ରାୟ ପତି ଦିନ ଶହ ଶହ ରୋଗୀ ପାଟଣା ଡାକ୍ତରଖାନା କୁ ପହଞ୍ଚୁ ଥିବା ବେଳେ ଡ଼ାକ୍ତର ନଥିବାରୁ ଅନେକ ହଇରାଣ ହୋଇ ଘରକୁ ଚାଲି ଯାଉଛନ୍ତି
ପାଟଣା ରେ ଡାକ୍ତର ପାଇଁ ସାଧାରଣ ଲୋକେ ଦାବୀ କରିଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଓ ପ୍ରଶାନ୍ତ ପ୍ରଧାନ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
