ବାରଦା ପଂଚାୟତରେ ଭତାଧାରୀଙ୍କ ସଭା ଓ ଶୋଭାଯାତ୍ରା
୨୦୦୦ ଟଙ୍କା ବୃଦ୍ଧି କରିବାକୁ ନବ ନିର୍ମାଣର ଦାବୀ
ଢେଙ୍କାନାଳ, ୨୩୮: ଢେଙ୍କାନାଳ ଓଡାପଡା ବ୍ଳକ୍ ବାରଦା ପଂଚାୟତରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଭତାଧାରୀଙ୍କ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଅଛି । ଚନ୍ଦ୍ରଶେଖର ବରାଳ ଓ ସୁଧାକର ପରିଡାଙ୍କ ଉଦ୍ୟମ କ୍ରମେ ଆୟୋଜିତ ସଭାରେ ସଂଗଠନର ସଂଯୋଜକ ପ୍ରହଲ୍ଲାଦ ସାହୁ ସଭାପତିତ୍ୱ କରିଥିଲେ । ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସରକାର ବିକାଶର ବହୁତ ନାରା ଦେଉଛନ୍ତି, ମାତ୍ର ୫୩ଲକ୍ଷ ବୟସ୍କଙ୍କ କଥା ପୁରା ଭୁଲିଯାଇଛନ୍ତି । ପଡିଶା ରାଜ୍ୟରେ ବାର୍ଦ୍ଧକ୍ୟ ବିକଳାଙ୍ଗ ଉତା ୨୭୫୦ ରୁ ୪୦୦୦ ଟଙ୍କା ଥିବାବେଳେ ଆମ ସରକାର ୫୦୦ ରୁ ୭୦୦ ଟଙ୍କାରେ ସମିତି ଅଛନ୍ତି । ସଚିବାଳୟ ବିଧାନସଭା ବାବୁମାନେ ନିଜ ନିଜ ପେଟପାଟଣା ପାଇଁ ଚିନ୍ତିତ ଥିଲାବେଳେ ନିଜ ମୁନିବ ଯାହାଙ୍କ ଭୋଟ୍ରେ ନିର୍ବାଚିତ ହେଉଛନ୍ତି, ସେମାନଙ୍କ କତା ଭୁଲିଯାଇଛନ୍ତି । ଜଣେ କର୍ମଚାରୀ ୭ମ ବେତନ ମୋଟା ଦରମା, ମହଙ୍ଗାଭତା ପାଇଲାବେଳେ ଭତାଧାରୀ ମାତ୍ର ୫୦୦ ଟଙ୍କା ପାଇବା କେତେ ଅମାନବୀୟ ଓ ଲଜ୍ଜାଜନକ । ଯେଉଁ ସରକାରୀ କର୍ମଚାରୀ ଏତେ ଦରମା ପାଆନ୍ତି ସେମାନେ କେବେ ଏମାନଙ୍କ କଥା କୁହନ୍ତି ନାହିଁ । ଏଣୁ ନିଜ ପାଇଁ ନିଜେ ଲଢିବାକୁ ପଡିବ । ଜିଲ୍ଲା ସଂଯୋଜକ ପ୍ରହଲ୍ଲାଦ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କେବଳ ଏକତା ହିଁ ମୂଳମନ୍ତ୍ର । ମା ମାଉସୀ ଓ ଭତାଧାରୀମାନେ ଯଦି ଗାଁ ଗଣ୍ଡାରେ ସଭାସମିତି, ଶୋଭାଯାତ୍ରା କରିବେ ତେବେ ନିଶ୍ଚନ୍ତ ଭାବରେ ସରକାର ଚପାଗ୍ରସ୍ତ ହୋଇ ଭତା ବଢାଇବେ । ଏଣୁ ଆଜି ଦିନରେ ପ୍ରତ୍ୟେକ ପଂଚାୟତରେ ଶହଶହ ଉତାଧାରୀ ସଭାସମିତି କରିବାକୁ ଆହ୍ବାନ ଦେଇଥିଲେ । ଭତାଧାରୀମାନେ ଶନି ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ତ୍ରିନାଥ ମନ୍ଦିରରେ ପହଁଚି ସଭା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ଚରଣ ସାଇଁ,ଚନ୍ଦ୍ରମଣି ବରାଳ, ମାୟାଧର ୱାଇଁ, ବୀରବର ପାଇଁ, ଅର୍ଜୁନ ସାଇଁ, ସଦର ସଂଯୋଜକ ଚକ୍ରଧର ନାୟକ ପ୍ରମୁଖ ଯୋଗଦେଇଥିଲେ । ବିଭିନ୍ନ ଉତାଧାରୀମାନେ ମାସ ମାସ ଧରି ଭତା ପଇସା ନପାଇବା, ଇନ୍ଦିରା ଆବାସ ଓ କାଳିଆ ଟଙ୍କା ନପାଇବା ପାଇଁ ଅଭିଯୋଗ କରିଥିଲେ । ସଂଗଠନ ତରଫରୁ ଏକ କମିଟି କରି ଏହି ସମସ୍ୟା ସମାଧାନ ପାଇଁ ସ୍ଥିର କରାଯାଇଥିଲା । ପ୍ରତ୍ୟେକ ଘରେ ଡୋର୍ ପୋଷ୍ଟର ମରାଯିବା ସହ ଗ୍ରାମରେ ଫ୍ଲେକ୍ସ ମରାଯିବା ପାଇଁ ସ୍ଥିର ହୋଇଥିଲା ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


