ହାତୀ ଘଉଡ଼ାଇବାକୁ ନେଇ ପାଟଣା ବନ କର୍ମଚାରୀ ଙ୍କ ସହ ସ୍ଥାନୀୟ ଲୋକେ ମୁହାଁମୁହିଁ
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ରେ ଗତ କିଛି ଦିନ ହେବ ୨୨ ଟିକିଆ ହାତୀ ପଲ ଉପଦ୍ରବ ଚଳାଇଥିବା ବେଳେ ଗତ ରାତିରେ ହାତୀ ଘଉଡ଼ାଇବାକୁ ନେଇ ପାଟଣା ବନ ବିଭାଗ କର୍ମଚାରୀ ଓ ମୟୂରଭଞ୍ଜ ବାସୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତ ରାତିରେ ଏହି ହାତୀପଲ ମୟୂରଭଞ୍ଜ ଜିଲ୍ଲା ଆଡ଼କୁ ଯାଉଥିଲେ । ଜିଲ୍ଲା ସୀମାନ୍ତ କୁମୁଳାବାହାଳୀ ଓ ନୂଆପଡ଼ା ନିକଟରେ କରଞ୍ଜିଆ ରେଞ୍ଜ କୁ ପଶିବା ସମୟରେ କରଞ୍ଜିଆ ରେଞ୍ଜ ଆଡୁ କରଞ୍ଜିଆ ବନ ବିଭାଗ ଲୋକେ ହାତୀ କୁ ଘଉଡାଇ ଥିଲେ । ଏପରିକି ଲୋକେ ହାତୀପଲ ଙ୍କୁ ନିଆଁ ହୁଳା ଦେଖାଇଥିଲେ,ଏହାକୁ ପାଟଣା ବନ ବିଭାଗ କର୍ମଚାରୀ ବିରୋଧ କରିଥିଲେ। ଯାହା ଫଳରେ ଉଭୟ ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ନିଆଁ ହୁଳାରେ ପାଟଣା ରେଞ୍ଜର ୨ ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି I
କେନ୍ଦୁଝର ଜିଲ୍ଲାରୁ ରଞ୍ଜନ ବେହେରାଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


