ବଡବିଲ ପୌରପ୍ରଶାସନ ପକ୍ଷରୁ ବଡବିଲ ରେ ସ୍ୱାୟତ୍ତ ଶାସନ ଦିବସ ପାଳନ ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ବଡବିଲ ପୌର ପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ବହୁ ଆଡମ୍ବର ସହକାରେ ପାଳନ ହୋଇଯାଇଛି ଏହି ଅବସରରେ ବଡବିଲ ନଗରପାଳ ବଡବିଲ ପୌରପାଳିକା କାର୍ଯ୍ୟାଳୟ ରେ ସ୍କୁଲ୍ ର କୁନିକୁନି ପିଲା ପୌରପାଳିକା କର୍ମଚାରୀ ଓ ବଡବିଲ ବାସିନ୍ଦା ମାନଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ତାଙ୍କ ଅଭିଭାଷଣ ରଖିଥିଲେ, ତତ୍ପରେ ସମସ୍ତଙ୍କୁ ପୌରପାଳିକା ତରଫରୁ ମିଷ୍ଟାନ ବଣ୍ଟନ କରାଯିବା ସହ ପୌରପାଳିକା ରେ ଉଲେଖନୀୟ କାର୍ଯ୍ୟ ପାଇଁ କିଛି କର୍ମଚାରୀଙ୍କୁ ପୋଷାକ ବଣ୍ଟନ କରାଯିବା ପରେ ପୌରପାଳିକା ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ସମସ୍ତ କାଉନସିଲର ଓ ବଡବିଲ ବାସୀ ଯୋଗଦେଇଥିଲେ ଏବଂ ଉକ୍ତ ବୈଠକରେ ନଗରପାଳ କିପରି ବଡବିଲ ସହରକୁ ଆହୁରି ସରସ ସୁନ୍ଦର କରିବାକୁ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କ ମତ ଲୋଡ଼ିଥିଲେ ଏବଂ ପରେ ଯାଇ ଜାତିୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ବିର୍ସା ମୁଣ୍ଡା ଓ ସ୍ବର୍ଗତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପର୍ତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀଙ୍କ ଭଲମନ୍ଦ ବୁଝିବା ସହ ଫଳମୂଳ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




