ଭାରତର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଫୋରମ୍ ଅନୁମୋଦନ କ୍ରମେ ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଫୋରମ୍ ଗତ ଅଗଷ୍ଟ ମାସ ତିରିଶି ତାରିଖ ରାତ୍ର ନଅଟା ସମୟରେ ଭର୍ଚୁଆଲ ମୋଡ଼ ବୈଠକରେ ଗଠନ କରାଯାଇଥିଲା। ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଫୋରମ୍ ରେ ହରିହର ସାହୁ ସଭାପତି ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲା ବେଳେ ସାଧାରଣ ସମ୍ପାଦକ ଭାବେ ଇଶ୍ଵର ଚନ୍ଦ୍ର ନାୟକ ମନୋନୀତ ହୋଇଥିଲେ। ଉପସଭାପତି ରୂପେ ଓମପ୍ରକାଶ ମିଶ୍ର,
ରାଧାଶ୍ଯାମପଣ୍ଡା,
କ୍ରୁଶିଦାବେଗମ,
ଦୁଃଖବନ୍ଧୁ ସାହୁ, ମନୋନୀତ ହୋଇଥିଲେ
ସମ୍ପାଦକ ଭାବେ ରବୀନ୍ଦ୍ର ନାଥ ସ୍ବାଇଁ, ମନୋଜମଞ୍ଜରୀ ଲେଙ୍କା, ଦିପ୍ତିମୟୀ ଲେଙ୍କା, ଅଜିତ କୁମାର ସେଠୀ, ବସନ୍ତ କୁମାର ସାହୁ ଅଶୋକ ଶତପଥୀ ମନୋନୀତ ହୋଇଥିଲେ। ରାଜ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଫୋରମ୍ ର ପ୍ରବକ୍ତା ଭାବେ ମୁରଲୀଧର ପରିଡ଼ା, ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଭାବରେ ଶ୍ରୀକୁମାର କବି, ଦୁର୍ଗାପ୍ରସାଦ ମହାରଣା , ରାଜ୍ୟ କାର୍ଯ୍ୟକାରିଣୀ ର ସଭ୍ୟ ଭାବେ ପବିତ୍ର ମୋହନ ଦାଶ, ଉପେନ୍ଦ୍ର ଶତପଥୀ, ମିନତି କୁମାରୀ ପଟ୍ଟନାୟକ, ଜ୍ୟୋତିର୍ମୟୀ ନାଥ,ଅଲେଖ କୁମାର ନାୟକ ଙ୍କୁ ମନୋନୀତ କରାଯାଇଥିଲା। ସ୍ବତନ୍ତ୍ର ପରାମର୍ଶଦାତା ଭାବେ ନିରଞ୍ଜନ ଦାଶ, ଜୟଦେବ ଷଡ଼ଙ୍ଗୀ, ଦଣ୍ଡଧର ସାହୁ, ଲମ୍ବୋଦର ସାହୁ ଓ ନିହାରବାଳାରାଉତ ଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରାଯାଇଥିଲା ଓ ଖୁବ୍ ଶିଘ୍ର ସରକାରଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
July 3, 2026/
No Comments



