ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର.
ବ୍ରହ୍ମପୁର :(ରୂପକ ମହାନ୍ତି )ଓଡ଼ିଶର ପୂର୍ବତନ
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଖବର ପାଇ ସାରା ଗଞ୍ଜାମ ସ୍ତବ୍ଧ ହୋଇ ପଡ଼ିଥିଲା.ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ
ମର ଶରୀରକୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ଖୋଲିକୋଟ, ଗଞ୍ଜାମ,ଛତ୍ରପୁର, ଲାଞ୍ଜିପଲ୍ଲୀ, କମାପଲ୍ଲୀ, ଟାଟା ବେଜ଼ଂ, ସୁବାରାଓ ଛକ ଦେଇ ଖଲିକୋଟ କଲେଜ ଛକକୁ ଅଣା ଯାଇଥିଲା . ତାଙ୍କ ଆସିବା ରାସ୍ତାରେ ବିଭିନ୍ନ ସ୍ଥାନରେ ଅଶ୍ରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା. ଖଲିକୋଟ କଲେଜ ଛକ ନିକଟରେ ବ୍ରହ୍ମପୁର
ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ସାଂସଦ
ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ ବିବେକ ରେଡି,ସାଂସଦ
ପ୍ରମିଳା ବିଶୋଇ, ପୋଲସରା ବିଧାୟକ
ଶ୍ରୀକାନ୍ତ ସାହୁ, ସମେତ ବହୁ ଦଳୀୟ ନେତା ଆଇନଜୀବି,ସମାଜ ସେଵୀ ଓ ବହୁ ଜନସାଧାରଣ ମରଶରୀର ରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ.ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କମରଶରୀର ଗେଟେ ବଜ଼ାର ଆସ୍କା ରୋଡ ଦେଇ ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଅଭିମୁଖେ ଯାତ୍ରାକରି ଥିଲେ. ଦିଗପହଣ୍ଡିରକପାମଣ୍ଡି ଠାରେ ରାଷ୍ଟ୍ରୀୟ ସ୍ନମାନ ସହ ପୁତ୍ର ବିପ୍ଳବ ପାତ୍ର ମୁଖାଗ୍ନି ପ୍ରଦାନ
କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

