ଅସିଆ ଗ୍ରାମରେ ପୋଖରୀରେ ପଡ଼ି ନାବାଳକ ଛାତ୍ରର ମୃତ୍ୟୁ
କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଅସିଆ ଗ୍ରାମର ସ୍ବର୍ଗତ ଡୁମ୍ୱି ହୋଙ୍କ ୭ବର୍ଷୀୟ ପୁଅ ସୁରେନ୍ଦ୍ର ହୋର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ଗତକାଲି ସ୍କୁଲରୁ ଫେରି ସୁରେନ୍ଦ୍ର ଗାଧୋଇବାକୁ ଯାଇଥିଲା ବେଳେ ପୋଖରୀରେ ଗୋଡ଼ ଖସିଯିବାରୁ ସେ ପାଣିରୁ ବାହାରି ନପାରି ବୁଡ଼ି ଯାଇଥିଲା । ଏଣେ ମାଆ ଶ୍ରୀମତୀ ହୋ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ପୁଅକୁ ପାଇନଥିଲେ । ଆଜି ସକାଳୁ ପୁଅ ସୁରେନ୍ଦ୍ରର ମୃତ ଶରୀର ପାଣିରେ ଭାସୁଥିବା ନେଇ ଗାଁ ଲୋକେ ଦେଖିବା ପରେ ଶୋକର ଛାୟା ଖେଳିଯାଇଥିଲା । ଗାଁ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇ ପାଣିରୁ ଶବଟିକୁ ଉଦ୍ଧାର କରିଥିଲା ବେଳେ ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।
କେନ୍ଦୁଝର ଜିଲ୍ଲାରୁ ରଞ୍ଜନ ବେହେରାଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

