ସମାଜ ରେ ଏକ ବୈପ୍ଲବିକ ପରିବର୍ତ୍ତନ ପାଇଁ ଆବଶ୍ୟକତା ସରକାରୀ ପ୍ରୋତ୍ସାହନ
ବ୍ରହ୍ମପୁର :(ରୂପକ ମହାନ୍ତି )ବ୍ରହ୍ମପୁର ନିବାସୀ
ସରିତା ପଣ୍ଡା, ଫ୍ୟାମିଲି ଟ୍ରଷ୍ଟ ମାଧ୍ୟମରେ ଓ ଅନେକ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ବ୍ରହ୍ମପୁର ବାସୀଙ୍କ ସେବା କରି ଅସୁଛନ୍ତି. ସମାଜ ସେଵୀ ସରିତା ପଣ୍ଡା ସମାଜରେ ଶିକ୍ଷା,ସ୍ୱାସ୍ଥ୍ୟ , ସଂସ୍କୃତି, ପରମ୍ପରା, ସୁସମ୍ପର୍କର ପ୍ରତିଷ୍ଠା, ସଂସ୍କାର, ଯୁବପିଢିଙ୍କୁ ଦିଗଦର୍ଶନ, ନାରୀ ସ୍ୱାବଲମ୍ବୀ. ପ୍ରାକୃତିକ ଉପାୟରେ କେଶରାଶି ଓ ମୁଖମଣ୍ଡଳ ର ସ୍ଵନ୍ଦର୍ଯ୍ୟ,ଜୀବନ ର ଅବବୋଧ ଓ ଦିଗଦର୍ଶନ , ଜୀବନଦର୍ଶନ ଓ ଆଧ୍ୟାତ୍ମିକତା କୁ ନେଇ ସ୍କୁଲ, କଲେଜ, ଵୃଦ୍ଧାଶ୍ରମ ଓ ବିଭିନ୍ନ ୱାର୍ଡ ଆଦିରେ ଅନେକ କାର୍ଯ୍ୟକ୍ରମ କରିବା ଏବଂ ଏଥି ସମ୍ବଧୀୟ ଅନେକ ପୁସ୍ତକ,ଔଷଧ, ଲୁଗାପଟା ଆଦି ଦରିଦ୍ର ଓ ନିଷ୍ପେସିତ ଙ୍କୁ ବଣ୍ଟନ କରୁଛନ୍ତି.ଆଧୁନିକ ଯୁଗରେ ମାଟି ପାତ୍ରର ପ୍ରଚାର ପ୍ରସାର ଓ ମାଟି ଗିଫ୍ଟ ଆଇଟମ କୁ ନିଜେ ରଙ୍ଗ ରୁପ ଦେଇ ଅନେକ ଲୋକଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ସହ କୁମ୍ଭାର ମାନଙ୍କ ଥଇଥାନ ପାଇଁ ପ୍ରଚେଷ୍ଟା କରି ଆସୁଛନ୍ତି.କଂସେପ୍ଟ ଟୁଆଲ ଗିଫ୍ଟ ପ୍ୟାକ ମାଧ୍ୟମରେ ସମାଜ ରେ ଏକ ବୈପ୍ଲବିକ ପରିବର୍ତନ ପାଇଁ ଚେଷ୍ଟା କରିବା ସହ ବ୍ରହ୍ମପୁର ସହର ରେ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ କରି ଅନେକ ସାମାଜିକ ଅନୁଷ୍ଠାନ ମାନଙ୍କ ସହିତ ମିଶି ଲୋକଙ୍କ ମୌଳିକ ସମସ୍ୟା ର ସମାଧାନ ପାଇଁ ସର୍ବଦା ଚେଷ୍ଟିତ.
ସମାଜ ସେଵୀ ସରିତା ପଣ୍ଡାଙ୍କୁ ଯଦି କିଛି ସରକାରୀ ପ୍ରୋତ୍ସାହନ ମିଳେ ତାହେଲେ ଅନେକ ମହିଳା ଙ୍କୁ ସ୍ୱାବଲମ୍ବୀ ଓ ଯୁବପିଢ଼ି ଙ୍କୁ ସଶକ୍ତ କରିପାରିବି ବୋଲି ମୁଁ ସଂକଳ୍ପ ବଦ୍ଧ. ମୋର ଭରସା ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ l ମୋର ଆଦର୍ଶ l ତେଣୁ ମୁଁ ଆଶାରଖିବି ସରକାରଙ୍କ ସହାୟତାରେ ମୁଁ ନିଶ୍ଚିତ ଆଗକୁ ବଢ଼ି ମୋର ସ୍ବପ୍ନ କୁ ସାର୍ଥକ କରିପାରିବି ବୋଲି ଏକ ସାମ୍ବାଦିକ ସମ୍ବିଳନୀ ରେ କହିଛନ୍ତି.


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

