(ପରିଦର୍ଶକ ପକ୍ଷରୁ ବୃକ୍ଷଚାରା ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ)
ଜଗତସିଂହପୁର
ତା =4/9/23
ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ପରିଦର୍ଶକ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ତାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଞ୍ଚାୟତର ବେଲବଣ ମଠ ପ୍ରାଗଣରେ ଅନୁଷ୍ଠିତ ହୋଇଯାଇଛି | ବେଲବଣ ମଠର ପୀଠାଧିଶ ସନ୍ଥଶ୍ରୀ ରାମାଭିଷେକଦାଶ ଏବଂ ଟ୍ରଷ୍ଟର ନିର୍ଦ୍ଦେଶକ ବାବା ଲଲାଟେନ୍ଦୁ କେଶରୀ ତଥା ସଦସ୍ୟ ମାନଙ୍କ ଉପସ୍ଥିତରେ ମୁଖ୍ୟ ଅତିଥି ଭାବରେ ଯୁବ ସମାଜସେବୀ ତଥା ପୂର୍ବତନ କାଜୁ ନିଗମ ଅଧକ୍ଷ୍ୟ ଅମରେନ୍ଦ୍ର ଦାସ, ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ଦାଶ, ଅବସରପ୍ରାପ୍ତ ସେନା କର୍ମଚାରୀ ସୁରେନ୍ଦ୍ର କୁମାର ମହାରଣା, ବରିଷ୍ଠ ନାଗରିକ ଧୋବେଇ ଚରଣ ସ୍ବାଇଁ, ବରଦା ପ୍ରସାଦ ରାୟ, ସଞ୍ଜୟ କୁମାର ପଲାଇ, କାହ୍ନୁ ଚରଣ ନାୟକ, ପ୍ରମୁଖ ଯୋଗଦେଇ ବେଲବଣ ମଠ ପରିସରରେ ବିଭିନ୍ନ ଔଷଧୀୟ ବୃକ୍ଷଚାରା ରୋପଣ କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




