(ଜଗତସିଂହପୁର ଜ଼ିଲ୍ଲା ଓକିଲ ସଂଘର ଶାନ୍ତିପୂର୍ଣ୍ଣ ପ୍ରତିବାଦ)
ଜଗତସିଂହପୁର
ତା =4/9/23
ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲାର ଆଇନଜୀବି ମନୋଜ ଚୌଧୁରୀଙ୍କ ହତ୍ୟା ଘଟଣାର ପ୍ରତିବାଦ ରେ ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା କରାଯାଇଥିଲା । ଜଣେ ଆଇନଜିବୀଙ୍କୁ ଚାମ୍ବର ଭିତରେ ଅମାନୁଷିକ ଭାବେ ହତ୍ୟା ଘଟଣାକୁ ଓକିଲ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଥିଲା । ଏଥିସହିତ ସଂପୃକ୍ତ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆଇନଜୀବି ମାନଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ନିମନ୍ତେ ଦାବି କରାଯାଇଥିଲା । ପରେ ପରେ ଓକିଲମାନେ ଜିଲ୍ଲା କୋର୍ଟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜ଼ିଲ୍ଲା ଓକିଲ ସଂଘ ସଭାପତି ଦେବେନ୍ଦ୍ରନାଥ ସ୍ବାଇଁ, ଉପସଭାପତି ସରୋଜ କୁମାର ବିଶ୍ବାଳ, ସଂପାଦକ ନରେଶ ଦାସ, ଯୁଗ୍ମ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ଦୁର୍ଯୋଧନ ରାଉତ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପଣ୍ଡା, ପ୍ରକାଶ ରାୟ, ବରିଷ୍ଠ ଆଇନଜୀବି ରବିନ୍ଦ୍ରନାଥ ମହାନ୍ତି,ଗୋରାଚାନ୍ଦ କାନୁନଗୋ,ଭଜହରି କର, ଦୋଳଗୋବିନ୍ଦ ଦାଶ, ସୌରୀପ୍ରସାଦ ସ୍ବାଇଁ,ରବିନ୍ଦ୍ର କୁମାର ସ୍ବାଇଁ, ରାଜକିଶୋର ବେହେରା, ଅଭିରାମ ବେହେରା,ବିରନାରାୟଣ ପାତ୍ର,ଗଗନ ଚନ୍ଦ୍ର ଦାଶ, ପ୍ରମୋଦ ସ୍ବାମୀ,ସୁବାଷ ଚନ୍ଦ୍ର ମହାପାତ୍ର, ସୁବ୍ରତ ଶତପଥୀ ପ୍ରମୁଖ ଶତାଧିକ ଆଇନଜିବୀ ଯୋଗ ଦେଇଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




