( ଲକ୍ଷ୍ମୀ ନାରାୟଣ ଇଣ୍ଟର ପ୍ରାଇଜେସ ପକ୍ଷରୁ ମେଗା ରକ୍ତଦାନ ଶିବିର ରେ ଶହେ ୟୁନିଟ ରକ୍ତ ସଂଗୃହିତ )
ଜଗତସିଂହପୁର
ତା =9/9/23
ଜଗତସିଂହପୁର ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ପରିସରରେ ଲଷ୍ମୀ ନାରାୟଣ ଏଣ୍ଟର ପ୍ରାଇଜେଶ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ଅତିରିକ୍ତ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡାକ୍ତର ଅଜୟ କୁମାର ସ୍ୱାଇଁ ଓ ଜିଲ୍ଲା ଛାତ୍ର ବିଜେଡି ସଭାପତି ସମ୍ବିତ କୁମାର ଲେଙ୍କା ଆନୁଷ୍ଠାନିକ ଭାବେ ଯୋଗଦେଇ ମେଗା ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆୟୋଜକ ମାନଙ୍କ ପକ୍ଷରୁ ଅତିଥିମାନ ଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |ଏହି ମେଗା ରକ୍ତଦାନ ଶିବିରରେ ୧୦୦ ୟୁନିଟରୁ ଉର୍ଦ୍ଧ୍ଵ ରକ୍ତ ସଂଗୃହୀତ ହୋଇଥିଲା । ବିଭିନ୍ନ ଅଞ୍ଚଳରୁ ରକ୍ତାଦାତାମାନେ ସ୍ୱେଚ୍ଛାକୃତ ଭାବେ ମେଗା ରକ୍ତଦାନ ଶିବିରରେ ଯୋଗଦେଇଥିଲେ ।ଲକ୍ଷ୍ମୀ ନାରାୟଣ ଇଣ୍ଟର ପ୍ରାଇଜେସ ର ମୁଖ୍ୟ ମଦନ କୁମାର ଘଣେଇ ଶିବିରକୁ ପରିଚାଳନା କରିଥିଲେ ।ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମାରେ ଏକ ବର୍ଷରୁ ଉର୍ଦ୍ଧ ହେବ ଲକ୍ଷ୍ମୀ ନାରାୟଣ ଇଣ୍ଟର ପ୍ରାଇଜେସ ବେକାରୀ ଯୁବକ/ଯୁବତୀ ମାନଙ୍କୁ ଆତ୍ମନିର୍ଭରଶିଳ କରିବା ସହିତ ବିଭିନ୍ନ ଧନ୍ଦା ମୂଳକ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମ ରେ ବେକାରୀ ଯୁବକ ମାନଙ୍କୁ ନିୟୋଜିତ କରି ଖୁଵ ପ୍ରଶଂସା ଅର୍ଜନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




