ବଡ଼ବିଲ ଠାକୁରାଣୀ ସ୍ଥିତ ଓଏମଡିସି କମ୍ପାନୀର ମନମୁଖୀକାର୍ଯ୍ୟ ବିରୋଧରେ କର୍ମଚାରୀ ସଙ୍ଘର ରଣହୁଙ୍କାର ।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ରହିଅଛି। ଅନେକ ସମୟରେ ଦେଖାଯାଏ କି ଏହି ଖଣି କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଅଞ୍ଚଳ ବାସିନ୍ଦା ଓ କାର୍ଯ୍ୟରତ କର୍ମଚାରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯେଉଁଥି ପାଇଁ ସଦାସର୍ବଦା କୌଣସି ନା କୌଣସି ଠାରେ ଜନ ଅସନ୍ତୋଷ ଦେଖାଦେଇଥାଏ। ସେହିଭଳି ଏକ ଖଣି କମ୍ପାନୀ ବଡବିଲ ଥାନା ଅନ୍ତର୍ଗତ ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର ତିନି ଠାକୁରାଣୀ ସ୍ଥିତ ଓଏମଡିସି ଖଣି କମ୍ପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି କର୍ମଚାରୀ ସଙ୍ଘ। ଯାହାକୁ ନେଇ ଆଜି ଏକ ବୈଠକର ଅନୁଷ୍ଠିତ ହୋଇଯାଇଛି, କର୍ମଚାରୀଙ୍କ ଅଭିଯୋଗ କି କମ୍ପାନୀ ବିଗତ ଚାରି ମାସ ହେବ କର୍ମଚାରୀଙ୍କୁ ତାଙ୍କ ଦରମା ପ୍ରଦାନ କରିନାହିଁ ଓ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରାଳୟ ର ସମସ୍ତ ନୀତି ନିୟମ କୁ ଖୋଲାଖୋଲି ଉଲଂଘନ କରିଚାଲିଛି ତାକୁ ନେଇ ଓଡ଼ିଶା ମଜଦୂର ସଙ୍ଘର ସଭାପତି ପୂର୍ଥିରାଜ୍ ପଣ୍ଡା ଙ୍କ ନେତୃତ୍ବରେ ଆଜିର ବାଇଥକ ଅନୁଷ୍ଟିତ ହେବା ସହ ଓଏମଡିସି ଖଣି କମ୍ପାନୀ ବିରୋଧରେ କର୍ମଚାରୀ ସଙ୍ଘର ରଣ ହୁଙ୍କାର ଦେଇଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




