ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି ଭାବେ ଦାୟିତ୍ଵ ଗ୍ରହଣ କଲେ ଦୁଷ୍ମନ୍ତ କୁମାର ଦଳବେହେରା
ଅନୁଗୋଳ,10/09 – ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଶ୍ରୀ ଦୁଷ୍ମନ୍ତ କୁମାର ଦଳବେହେରା ଆନୁଷ୍ଠାନିକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ସେ ନିଜର ଦାୟିତ୍ବ ଗ୍ରହଣ କରିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସଂଗ୍ରାମ କେଶରୀ ମିଶ୍ର ଆନୁଷ୍ଠାନିକ ଭାବେ ଶ୍ରୀ ଦଳବେହେରାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି। ଶ୍ରୀ ଦୁଷ୍ମନ୍ତ କୁମାର ଦଳବେହେରା ପୂର୍ବରୁ ଜିଲ୍ଲା ଓ ବ୍ଲକ ସ୍ତରରେ ସଭାପତି ଓ ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ସେ ନିଷ୍ଠାର ସହିତ ଏହି ଦାୟିତ୍ବ ତୁଲାଇବେ ବୋଲି ଶ୍ରୀ ଦଳବେହେରା ପ୍ରକାଶ କରିଛନ୍ତି।




