ଏସିୟ ବଡ଼ି ବିଲଡରରେ ସ୍ଵର୍ଣ୍ଣ ପଦକ ବିଜେତା ଅମିତଙ୍କ ପାଇଁ ବିଂଝାରପୁରରେ ଆନନ୍ଦର ଲହରୀ
ବିଷୟ ____ ପଞ୍ଚାବନ ତମ ଏସୀୟ ବଡ଼ି ବିଲଡର ଚମ୍ପିୟାନସିପ ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ମାଟିର ପୁଅ ଅମିତ ଭୂୟାଁ ସ୍ବର୍ଣ୍ଣ ପଦକ ବିଜୟୀ ହାସଲ କରି ଆମ ଦେଶର ଗୌରବ ବୃଦ୍ଧି କରିଛନ୍ତି।ଆଜି ବିଂଝାରପୁର ମାଟି ତାଙ୍କ ପାଇଁ ଗର୍ବିତ। ବିଞ୍ଝାରପୁର ବ୍ଳକ ମାସଡା ପଞାୟତର ଅଲାରପୁର ଗ୍ରାମରେ ତାଙ୍କ ଜନ୍ମସ୍ଥାନ।ସମଗ୍ର ଏସିଆ ମହାଦେଶର ୨୪ ଟି ଦେଶର ୪୦୦ ଜଣ ପ୍ରତିଯୋଗୀ କୁ ନେଇ ନେପାଳର କାଠମାଣ୍ଡୁ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ସେ ଭାଗନେଇଥିଲେ।ଶ୍ରୀ ଭୂୟାଁ ଙ୍କ ଏହି କୃତିତ୍ବ ହାସଲ ପରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଉପାଧ୍ୟକ୍ଷ ସେକ ଏରସାଦ ସମାଜସେବୀ କୈଳାସ ଚନ୍ଦ୍ର ସେଠୀ, ସମାଜସେବୀ ଓ ଶିକ୍ଷାବିତ ରବିନ୍ଦ୍ର କୁମାର ପରିଡ଼ା ପ୍ରମୁଖ ତାଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତିି।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




