( ରାଜ୍ୟ ସରକାର ଙ୍କ ପ୍ରତାରଣା ବିରୋଧ ରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ )
ଜଗତସିଂହପୁର
ତା =11/9/23
ତାଜ୍ୟରେ କାର୍ଯ୍ୟରତ କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଓ ପେନସନ ପ୍ରଦାନ କରିବା | କଳା ଶିକ୍ଷକ ଓ ଗଣ ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଓ ଗ୍ରେଡ଼ ପେ ପ୍ରଦାନ କରିବା ଆଦି ନାର୍ଯ୍ୟ ଦାବି ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଦୀର୍ଘ ସାତ ବର୍ଷ ହେବ କ୍ରମାଗତ ଆନ୍ଦୋଳନ କରାଯାଉଛି | ରାଜ୍ୟ ସରକାର ଶିକ୍ଷକ ମାନଙ୍କ ର ସମସ୍ୟା ସମାଧାନ କରାଯିବ ବୋଲି ଅନେକ ବାର ପ୍ରତିଶୃତି ଦେଉଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଶିକ୍ଷକ ମାନଙ୍କ ମୌଳିକ ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି ବରଂ ପ୍ରତିଶୃତି ଦେଇ ପ୍ରତାରଣା ଦେଉଛନ୍ତି | ଏହା ବିରୋଧ ରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଶତାଧିକ ଶିକ୍ଷକ ଜଗତସିଂହପୁର ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ସାମିଲ ହୋଇ ଧାରଣା ରେ ବସିରହିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 19, 2026/
No Comments



