( ଦଳିତ ନେତା ଙ୍କୁ ସଭା ସମିତି ରେ ଅସନମାନିତ କରେ ଉଚିତ ଜବାବ ଦିଆଯିବ ବୋଲି ବୋଲି ଦଳିତ ନେତା ଙ୍କ ଚେତାବନୀ )
ଜଗତସିଂହପୁର
ତା =11/9/23
ଜଗତସିଂହପୁର ଜ଼ିଲ୍ଲା ର ନିର୍ମାତା ଓ ଜ଼ିଲ୍ଲା ର ସୃଷ୍ଟି କର୍ତ୍ତା, ଦଳିତ ନେତା ସ୍ବର୍ଗତ ବିଷ୍ଣୁ ଚରଣ ଦାସ ଙ୍କ ସୁପୁତ୍ର ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ବର୍ତ୍ତମାନ ର ଦଳିତ ନେତା ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଙ୍କୁ ଜଗତସିଂହପୁର ସାରଦା ମଣ୍ଡପ ଠାରେ ଆୟୋଜିତ ଜ଼ିଲ୍ଲା ବିଜେଡି ମହିଳା କାର୍ଯ୍ୟକାରୀ କମିଟି ବୈଠକରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କ ନେତୃତ୍ୱ ରେ ଅତିଥି ଙ୍କ ବାମ ପାର୍ଶ୍ଵ ଅନ୍ୟତ୍ର ସ୍ଥାନ ସଭା ମଞ୍ଚରେ ବସାଯାଇ ଅସଂମ୍ମାନିତ କରାଯାଇଥିବାରୁ ଜଗତସିଂହପୁର ଜ଼ିଲ୍ଲା ଦଳିତ ବିକାଶ ପରିଷଦ ସଭାପତି ତଥା ଓଡିଶା ଭୋଇ ସମାଜ ରାଜ୍ୟ ସଭାପତି ଶଙ୍କର ଦାସ ଏହା କୁ ଦୃଢ଼ ନିନ୍ଦା କରିଛନ୍ତି | ଯଦି ଭବିଷ୍ୟତ ରେ ଦଳିତ ନେତା ଙ୍କ ପ୍ରତି ଏଭଳି ହିନମାନ୍ୟତା ପଦର୍ଶନ କରାଯାଇ ଅସନମାନିତ କରାଯାଏ ତେବେ ଜଗତସିଂହପୁର ବିଧାୟକ ଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




