କରଞ୍ଜିଆପଡା ଠାରେ ଅନୁ୍ଷ୍ଠୀତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ |
ଗତ ୮ ତାରିଖରୁ କରଞ୍ଜିଆପଡା ଠାରେ ଅନୁଷ୍ଠିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ୪୮ ଟି ଦଳ ୪ ଭାଗରେ ବିଭକ୍ତ ହୋଇ ଏହି ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ
୫ ଦିନ ଧରି ଚାଲୁଥିବା ଏହି ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବରେ କେନ୍ଦ୍ର ଆଦିବାସୀ ଓ ଜଳ ସମ୍ବାଦ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ସଦର ବିଧାୟକ ତଥା ବିରୋଧି ଦଳର ମୁକ୍ଷ ସଚେତକ ମୋହନ ଚରଣ ମାଝୀ,
ବିଜେପିର କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମାହାନ୍ତ ବର୍ମା ପ୍ରମୁଖ ଉପସ୍ତିତ ରହି ବିଜେତା ଦଳକୁ ଏକ ଲକ୍ଷ ଟଙ୍କା ସହ ଟ୍ରଫି
ଉପ ବିଜେତା ଦଳକୁ ୭୦ ହଜାର ଟଙ୍କା ଓ ଟ୍ରଫି ତୃତୀୟ ସ୍ଥାନ ଦଳକୁ ୪୦ ହଜାର ଟଙ୍କା ସହ ଟ୍ରଫି ଓ ଚତୁର୍ଥ ସ୍ଥାନ ଦଳକୁ ୩୦ ହଜାର ଟଙ୍କାର ଓ ଟ୍ରଫି ପ୍ରଦାନ କରିଥିଲେ ଏହାସହ ପଞ୍ଚମ ରୁ ଦଶମ ସ୍ଥାନ ଅଧିକାର କରିଥିବା ଦଳକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ଶ୍ରୀ ଯୁକ୍ତ ଟୁଡୁ ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାପାଇଁ ମିଳିଥିଲା ମା ତାରିଣୀ କ୍ଲୋବ୍ ର ସଦସ୍ୟ ମାନେ ଉପସ୍ଥିତ ରହି ଖେଳକୁ ସୁଚାରୁ ରୁପେ ପରିଚାଳନା କରିଥିଲେ
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




